ଉତ୍କଳ ଯାଦବ ମହାସଭାର କାଯ୍ୟକାରିଣୀ ବୈଠକ

୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ କଲ୍ୟାଣ ମଣ୍ଡପ ଠାରେ ଉତ୍କଳ ଯାଦବ ମହାସଂଘର ନିର୍ଦେଶକ୍ରମେ ଗଜପତି ଜିଲା ଷୋହଳ ଖଣ୍ଡ ଗୋପାଳ ସମାଜ ତରଫରୁ ଏକ କାର୍ଯ୍ୟକାରିଣ ବୈଠକ ଅନୁଷ୍ଠିତ ହୋଇଥି୍ଲା । ଉକ୍ତ ବୈଠକରେ ଆର,ଉଦୟଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ ଖର୍ସେଲ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ବୈଠକକୁ ଶୁଭାରମ୍ଭ କରିଥିଲେ ।

ଏଥିରେ ଉତ୍କଳ ଯାଦବ ମହାସଭାର ଓଡିଶା ପ୍ରଭାରୀ କିତ୍ତନ ନାୟକ ଯାଦବ ଯୋଗଦେଇ ବୈଠକର ଉଦ୍ଦେଶ୍ୟ ଓ ଆମ ରାଜ୍ୟରେ ୮୦ ଲକ୍ଷ ଯାଦବ ଥିବା ସୁଚାଇଥିଲେ । ସହକାରୀ ଜାତିଭିତ୍ତିକ ଜନଗଣନା କରିବା ପାଇଁ ପରାମର୍ଶ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ ଖର୍ସେଲ କରିଥିଲେ ଆଜିକାଲି ଯୁଗରେ ଆଗକୁ ବଢିବାକୁ ହେଲେ ଶିକ୍ଷା ହିଁ ହେଉଛି ଏକମାତ୍ର ବିକଳ୍ପ । ଉତ୍କଳ ଯାଦବ ମହାସଭାର ଗଜପତି ଜିଲା ସଭାପତି ହୃଷିକେଶ ଗୌଡ ତାଙ୍କ ବକ୍ତବ୍ୟରେ କହିଥିଲେ ଦେଶରେ ୧୮୨୩ରେ ଯାଦବ ସଂଗଠନ ଆରମ୍ଭ ହୋଇଥି୍ଲା ।

ଏହା ୧୯୨୩ ଏହାର ୧୦୦ ବର୍ଷ ପୂରଣ ହୋଇଥି୍ଲା । ଏହି ଅବସରେ ସର୍ବଭାତରୀୟ ସ୍ତରରେ ଯାଦବ ରେଜିମେଣ୍ଟ ଗଠନ କରି ସୌନ୍ୟବାହିନୀରେ ସାମିଲ କରିବା ପାଇଁ କରିଥିଲେ । ଗଜପତି ଜିଲା ଗୋପାଳ ସମାଜର ସଭାପତି ଖଦାଳ ଗୌଡ ମଞ୍ଚାସୀନ ଥିବା ବେଳେ ଜିଲା ଯାଦବ କମିଟି ତରଫରୁ କୁଲୁଣ୍ଟା ଗ୍ରାମର ତାରିଣୀ ଗୌଡଙ୍କୁ ଯୁବମୋର୍ଛାର ସଭାପତି ଭାବେ ମନୋନୀତ କରାଯାଇଥିଲା । ସେହିପରି ରାମଗିରି ଗ୍ରାମର ମହିଳା ମୋର୍ଛା ସଭନେତ୍ରୀ ଭାବେ ପ୍ରିୟଦର୍ଶନୀ ଗୌଡଙ୍କୁ ମନୋନୀତ କରାଯାଇଥିଲା । ଉକ୍ତ ବୈଠକରେ ଜିଲାର ସହତ୍ସଧିକ ମହିଳା ଓ ପୁରୁଷ ଯୋଗ ଦେଇଥିବା ବେଳେ ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ ପରିଚାଳନା କରିଥିଲେ । ଶେଷରେ ପୂର୍ବତନ ହିନ୍ଦୀ ଶିକ୍ଷକ ନରସିଂହ ଗୌଡ ଧନ୍ୟବାଦ ଦେଇଥିଲେ ।

Exit mobile version