୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :- ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବାଣପୁର ଟମଣା ସରଂକ୍ଷିତ ଜଙ୍ଗଲରୁ ଜଣେ ଜଙ୍ଗଲୀ ବାରାହା ଶିକାରୀକୁ ଗିରଫ କରିଛି ବନବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଲେ ବାଣପୁର ଥାନା ଦୋଳଗୋବିନ୍ଦ ନୂଆ ସାହିର ତ୍ରିନାଥ ପ୍ରଧାନ (୫୦) । ତାଙ୍କ ନିକଟରୁ ୧୦ କେଜି ଜଙ୍ଗଲୀ ବାରାହା ମାଂସ ସମେତ ଏକ ଦେଶୀ ବନ୍ଧୁକ ଜବତ କରିଛି ବନବିଭାଗ । ସୂଚନା ମୁତାବକ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଆଜି ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲୀ ବାରାହା ଶିକାର ହେବାର ଖବର ପାଇ ସଙ୍ଗେ ସଙ୍ଗେ ଚଢ଼ାଉ କରିଥୁଲେ l 
ଅଭିଯୁକ୍ତ ଠାରୁ 10 କେଜି କଟା ମାଂସ,ଗୋଟିଏ ଦେଶୀ ବନ୍ଧୁକ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ବନବିଭାଗ କେସ ନମ୍ବର ୬ବି/୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବାର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଧୂଁଆନଳୀ ବନପାଳ ଶିଳ୍ପୀ ସରିତା ମହାକୁଡ଼ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
