
୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :- ଖୋରଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଆଜାଦିକି ଅମୃତ ମହୋଉତ୍ସବ ଅବସରରେ ଏକ ଆଲୋଚନା ଚକ୍ର ସୁବର୍ଣ୍ଣ ଭାରତ ନିର୍ମାଣରେ ସାମ୍ବାଦିକଙ୍କ ଭୂମିକା ଉପରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବରିଷ୍ଠ ସମାଜସେବୀ ସୁକାନ୍ତ ବିଶ୍ୱାଳ , ସଂମାନିତ ଅତିଥି ରୂପେ ଖୋରଧା ଜିଲ୍ଲା ପରିଷଦ ଉପାଦକ୍ଷ ଗୋପୀନାଥ ମହାରଣା,ରାଜସ୍ଥାନ ମାଉଣ୍ଟର ସୁଶାନ୍ତ ଭାଇ, ବି କେ ନଥମଲ ଭାଇ, ମୁଖ୍ୟବକ୍ତା ଭାବେ ବ୍ରହ୍ମକୁମାରୀ ପୁନମ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଆଜିର ଆଧୁନିକ ଯୁଗରେ ସାମ୍ବାଦିକ ମାନଙ୍କର ଆବଶ୍ୟକତା ସମାଜ ସଂସ୍କାର ରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେମାନେ ସଦାବେଳେ ନିଜକୁ ଜଗତ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କିନ୍ତୁ ଆମେ କେବେ ସେମାନଙ୍କର ମାନସିକ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରିନେ । ସେମାନଙ୍କ ମାନସିକ ଭାରସାମ୍ୟକୁ କିଛି ମାତ୍ରାରେ ଲାଘବ ପାଇଁ ଆମେ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛୁ । କିଞ୍ଚିତ ମାତ୍ରାରେ କର୍ମମୟ ଜୀବନ ମଧ୍ୟରେ ରହି କିପରି ନିଜର ମାନସିକ ଶାନ୍ତି ପାଇଁ କଣ କରିବା ଦରକାର ଓ ନିଜ ଜୀବନ ପଥକୁ ଆଗେଇ ନେବାରେ ଏହି ଆଲୋଚନା ଚକ୍ର ଆୟୋଜକ କରିଥିବା କହିଛନ୍ତି ବକ୍ତା । ତତ୍ ସହିତ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଆହୁରି କରାଯିବାକୁ ଲକ୍ଷ ଅଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଉକ୍ତ ଆଲୋଚନା ଚକ୍ରରେ ଖୋରଧା ଜିଲ୍ଲାର ଚିଲିକା, ଟାଙ୍ଗି, ବାଣପୁର ବ୍ଲକ ଓ ବାଲୁଗାଁ ,ବାଣପୁର ଏନ ଏ ସି ରୁ ମୋଟ ୪୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇ ବକ୍ତା ମାନଙ୍କର ମୂଲ୍ୟବାନ ଆଧ୍ୟାତ୍ମିକ ଦିଗଦର୍ଶନ ଉପରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ କାର୍ଯ୍ୟକାରୀ କରିବା ପାଇଁ ଉପଲବ୍ଧି କରିଥିଲେ । ପରିଶେଷରେ ଉପସ୍ଥିତ ସାମ୍ବାଦିକ ଓ ବିଭିନ୍ନ ବର୍ଗରେ ସାମାଜିକ କାର୍ଯ୍ୟରେ ନିୟୋଜିତ ବେକ୍ତି ମାନଙ୍କୁ ମାନପତ୍ର ଦେଇ ସଂମ୍ମାନୀତ କରାଯାଇଥିଲା । ସାମ୍ବାଦିକଙ୍କ ନିଜର ମାନସିକ ସ୍ଥିତିକୁ ଖୁବ ନିକଟରୁ ପରଖି ଏଭଳି ନିଆରା କାର୍ଯ୍ୟ

