Home ଓଡ଼ିଶା ମୁଖ୍ୟ ନିର୍ବାଚନ କମିଶନଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ପଦ୍ମପୁର :- ପଦ୍ମପୁର ଉପ ନିର୍ବାଚନ ପାଇଁ ଆଜି ଉପ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ନିର୍ବାଚନ କମିଶନ ଶୁଶିଲ କୁମାର ଲୋହାନୀ ଯୋଗ ଦେଇ ନିର୍ବାଚନ କୁ ଅବାଧ, ସ୍ୱଚ୍ଛ, ଓ ନିରପେକ୍ଷ ଭାବେ କରିବାକୁ ଗୁରୁତ୍ୱାରୋପ କରିଥିଲେ । ଉପ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସମସ୍ତ ପ୍ରକାର ପ୍ରସ୍ତୁତି ଯଥା ପୋଲିଂ ଅଧିକାରୀଙ୍କ ପ୍ରଶିକ୍ଷଣ ଓ ନିଯୁକ୍ତି, ମଡେଲ ବୁଥ ଓ ପିଙ୍କ୍ ବୁଥ,୮୦ବର୍ଷରୁ ଉର୍ଦ୍ଧ୍ବ ଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ ବ୍ୟବସ୍ଥା, ଫ୍ଲାଇଙ୍ଗ ସ୍କ୍ୱାର୍ଡ,ଷ୍ଟାଟିଜିକ ସର୍ଭିଲାନ୍ସ ଟିମ୍ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଉପରେ ପଚାରି ବୁଝିବା ସହ ଭୋଟର ସଚେତନତା,ଭୋଟ ଗଣତି ନିର୍ବାଚନ ଉପକରଣ ସଂଗ୍ରହ, ମାଇକ୍ରୋ ପର୍ଯ୍ୟବେକ୍ଷକ, ମାଇକ୍ରୋ ଅଧିକାରୀ ଙ୍କ ନିଯୁକ୍ତି ଓ ପ୍ରଶିକ୍ଷଣ, ସଂବେଦନଶୀଳ ବୁଥ ଗୁଡ଼ିକ ରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କହିଥିଲେ। ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ ସାହୁ,ବ୍ୟୟ ପର୍ଯ୍ୟବେକ୍ଷକ ଡି ଏମ ରାମପ୍ରସାଦ ଗୁପ୍ତା, ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ଜିଲ୍ଲା ପରିଷଦ ସିଇଓ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ,କୃତି ବାସ ରାଉତ,ଉପ ଜିଲ୍ଲାପାଳ ତଥା ରିଟର୍ନି° ଅଫିସର ତ୍ରିଲୋଚନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026