୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) କୁଡୁମୁଲୁଗୁମ୍ମା :- କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ମହିଳା ଓ ପୁରୁଷ ସ୍ବାସ୍ଥ୍ୟ କର୍ମୀ ମାନେ ଆଜି ଏକ ୫ ଦଫା ସମ୍ବଳିତ ଦାବିପତ୍ର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଉଦ୍ଧେଶ୍ୟରେ, କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ ସନ୍ତୋଷ କୁମାର ଷଡଙ୍ଗୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଉକ୍ତ ଦାବି ମାନଙ୍କ ମଧ୍ୟରେ ( ୧) ସ୍ବାସ୍ଥ୍ୟ କର୍ମୀଙ୍କ କ୍ୟାଡ଼ର ପୁନର୍ଗଠନ କରି ଚାକିରି କାଳରେ ଚାରି ଟି ପଦୋନ୍ନତି ଦେବା (୨) ଅର୍ଥ ବିଭାଗର ନୂତନ ପ୍ରକାଶିତ ଗ୍ରେଡପେ ବିଜ୍ଞପ୍ତି କୁ ଲାଗୁ କରିବା (୩) ଠିକା ବ୍ୟବସ୍ଥା ର ସମ୍ପୁର୍ଣ୍ଣ ଉଚ୍ଛେଦ ସହ ଉକ୍ତ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ୬ ଗୋଟି ନୋଷ୍ଠାଲ ଇନ୍କ୍ରିମେଣ୍ଟ ପ୍ରଦାନ କରିବା (୪) ବହୁମୂଖୀ ମହିଳା/ପୁରୁଷ 
ସ୍ବାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମାନଙ୍କ ପଦବୀ ର ନାମ ପରିବର୍ତ୍ତନ କରିବା (୫) ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପୋଷାକ ଭତ୍ତା ଆକାରରେ ବାର୍ଷିକ ୫୦୦୦/- ଟଙ୍କା ପ୍ରଦାନ କରିବା ସମ୍ବଳିତ ଦାବିପତ୍ର କୁଡୁମୁଲୁଗୁମ୍ମା ବହୁମୂଖୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସଭାପତି ଆରତୀ ବେହେରା,ଉପ ସଭାପତି ରତିରଞ୍ଜନ ବାରୀକ,ସ°ପାଦକ ପ୍ରଭାତ ନଳିନୀ ବେହେରା,ସକୁନ୍ତଳା ଦାସ, ଶୁଭ ଲକ୍ଷ୍ମୀ ଦାସ ଓ ଗୋରଖ ନାଥ ସାହୁଙ୍କ ସମେତ ୩୦ ରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟକର୍ମୀ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି । ସ°ପାଦକ ଶ୍ରୀମତୀ ବେହେରା କହିଛନ୍ତି ଯେ ଆଗାମୀ ଦିନରେ ଯଦି ସରକାର ଉକ୍ତ ନ୍ୟାର୍ଯ୍ୟ ଦାବି ଗୁଡ଼ିକ ପୂରଣ ନକଲେ ଆସନ୍ତା ଡ଼ିସେମ୍ବର ୭ ତାରିଖରୁ ସମଗ୍ର ଓଡ଼ିଶାର ସ୍ବାସ୍ଥ୍ୟ କର୍ମୀମାନେ କଳାବ୍ୟାଜ ପିନ୍ଧି ନୀରବ ପ୍ରତିବାଦ କରିବେ ଓ ଏହାର ଏକ ସପ୍ତାହ ପରେ ଅର୍ଥାତ୍ ଡିସେମ୍ବର ୧୪ ତାରିଖରୁ ଅସହଯୋଗ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

