ସର୍ବାଧିକ କାଗଜଡ଼ଙ୍ଗା ତିଆରି କରିଥିବା ଛାତ୍ରୀ ଜ୍ୟୋତିକ୍ଷା ସାହୁ ସମ୍ଭର୍ଦ୍ଧିତ

ଓଡ଼ିଶା ତାଜା ନ୍ୟୁଜ ( ୨୮ ନଭେମ୍ବର ସୋମବାର ) କଟକ :- ଚଳିତ ବର୍ଷ ଐତିହାସିକ ବାଲିଯାତ୍ରାରେ କଟକ ମହାନଗର ନିଗମ ପକ୍ଷରୁ ୨୦ରୁ ଉର୍ଦ୍ଧ୍ବ ସ୍କୁଲର ୨୧୨୧ ଛାତ୍ରଛାତ୍ରୀଙ୍କ ଦ୍ବାରା ସର୍ବାଧିକ ୨୨,୪୭୩ଟି କାଗଜଡଙ୍ଗା ତିଆରି କରାଜାଇ ଗିନିଜ ବୁକ ଅଫ ଓ୍ଵାର୍ଲଡ ରେକଡ ରେ ସାମିଲ ହୋଇଥିଲା ଏହି କାର୍ଯ୍ୟକ୍ରମ । କଟକ ସହର ସାରା ବିଶ୍ଵରେ ପ୍ରସିଦ୍ଧ ଲାଭ କରିବା ସହ ପ୍ରଶଂସାର ସୁଅ ଛୁଟିଥିଲା । ସର୍ବାଧିକ ୩୪ଟି କାଗଜଡ଼ଙ୍ଗା ତିଆରି କରିଥିବା କେମ୍ବ୍ରିଜ ସ୍କୁଲର ୭ମ ଶ୍ରେଣୀ ଛାତ୍ରୀ ଜ୍ୟୋତିକ୍ଷା ସାହୁଙ୍କୁ “କଟକ ଶ୍ରୀ ସମ୍ମାନ” ରେ ଏଇତ ଜୀବନ ସାମାଜିକ ଗଣମାଧ୍ୟମ ଓ ଫାଉଣ୍ଡେସନ ଆଜି ସମ୍ମାନିତ କରିଥିଲା । ପ୍ରକାଶ ଥାଉ କି କଟକ ମହାନଗର ନିଗମ ଗଣମାଧ୍ୟମରେ ଛାତ୍ରୀ ଜ୍ୟୋତିକ୍ଷାଙ୍କୁ ଶୁଭେଚ୍ଛା ଜଣାଇଥିଲେ । କଟକ ବାଲିଯାତ୍ରା ପଡିଆ ବୋଇତବନ୍ଦାଣ ତୋରଣ ସମ୍ମୁଖରେ ଆଜି ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ଗାନ୍ଧୀବାଦି ସର୍ବୋଦୟ ସଂଘର ସଭାପତି ବିଶ୍ଵଜିତ ସୂର୍ଯ୍ୟବଂଶୀ, ସମ୍ମାନନୀୟ ଅତିଥି ଭାବେ ସମାଜସେବୀ କ୍ଷୀରୋଦ କୁମାର ସାହୁ,ଦେବାଶିଷ ରାଉତ, ପ୍ରଣବ ବିଶ୍ଵାଳ, ଅରୁଣ ସେଠୀ,ସୁରେଶ ମହାନ୍ତି, ଜିତେନ୍ଦ୍ର ସାହୁ, ରାକେଶ ପାତ୍ର, ସନ୍ଦୀପ ପଟ୍ଟନାୟକ, ଶାଶ୍ଵତ ନାୟକ, ଚନ୍ଦ୍ର ଶେଖର ବିଶ୍ଵାଳ, ସୌରଭ ଭଇ, ବୁବୁଭାଇ ଓ ଏଇତ ଜୀବନ ସାମାଜିକ ଗଣମାଧ୍ୟମ ଓ ଫାଉଣ୍ଡେସନ ର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ଛାତ୍ରୀ ଜ୍ୟୋତିକ୍ଷା ସାହୁଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପହାର ପ୍ରଦାନ କରି ସମ୍ଭର୍ଦ୍ଧିତ କରିବା ସହ ଜ୍ୟୋତିକ୍ଷାଙ୍କ ଦୀର୍ଘଜୀବନ ଓ ଉତୋରତ୍ତର ଉନ୍ନତି କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଙ୍ଗଠନର ପ୍ରତଷ୍ଠାତା ତଥା ସଭାପତି ପ୍ରିୟବ୍ରତ ପଟ୍ଟନାୟକ ଆୟୋଜନ କରିବା ସହିତ ପରିଚାଳନା କରିଥଲେ ।

Exit mobile version