ପାଇପ ଚୋର ଗିରଫ, ପାଇପ୍ ଓ ଟ୍ରକ ଜବତ

ଓଡ଼ିଶା ତାଜା ନ୍ୟୁଜ ( ୨୮ ନଭେମ୍ବର ସୋମବାର ) ଅତାବିରା :- ଅତାବିରା ପୋଲିସ ପକ୍ଷରୁ ଆଜି ଏଲ ଆଣ୍ଡ ଟି କନଣ୍ଟ୍ରକସନ କମ୍ପାନୀର ଗୋଦାମରୁ ପାଇପ୍ ଚୋରି କରିବା ଅଭିଯୋଗରେ ଆଜି ଅତାବିରା ପୋଲିସ ୧୧ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚୋରି କରୁଥିବା ୧୮ ଗୋଟି ଡି ପାଇପ୍ ଓ ଓଡି ୧୫ ଟି ୪୦୫୩ ନମ୍ବର ଟ୍ରକ୍ କୁ ଜବତ କରିଛନ୍ତି। ଗତ କାଲି ରାତିରେ ଅତାବିରା ଥାନା ଅନ୍ତର୍ଗତ ଲହଣ୍ଡା ଗ୍ରାମ ନିକଟରେ ଥିବା ବରଗଡ଼ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କାମ କରୁଥିବା ଏଲ ଆଣ୍ଡ ଟି କନଣ୍ଟ୍ରକସନ କମ୍ପାନୀର ଗୋଦାମରୁ ପାଇପ୍ ଚୋରି କରିବା ସହ ଟ୍ରକ ରେ ବୋଝେଇ କରିଥିଲେ।

ସେଠାରେ କାର୍ଯ୍ୟ ରତ ଏସଆଇଏସ ସିକ୍ୟୁରିଟି ଗାର୍ଡ ଏ ସଂପର୍କରେ ଅତାବିରା ଥାନା ରେ ଅଭିଯୋଗ କରି ଥିଲେ। ପୋଲିସ ପକ୍ଷରୁ ଏକ କେଶ୍ ଋଜୁ କରାଯାଇ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ରେ ସକ୍ଷମ ହୋଇଥିଲେ। ଅତାବିରା ପୋଲିସ ଆଇଆଇସି ଏ କେ ପ୍ରଧାନ ଙ୍କ ନେତୃତ୍ବରେ ଏସିଆ ବିପିନ ବାଗ କର୍ମଚାରୀ ମାନେ ଚଢ଼ାଉ କରିଥିଲେ।

Exit mobile version