Home ଓଡ଼ିଶା କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରାଘାତ: ପ୍ରସନ୍ନ ଆଚାର୍ଯ୍ୟ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ ( ୨୮ ନଭେମ୍ବର ସୋମବାର ) ବରଗଡ଼ :- ଚାଷୀଙ୍କୁ ବୀମା କ୍ଷତିପୂରଣ ଏବଂ ବରଗଡ଼ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳପଥ ନିର୍ମାଣ ଏବେ ପଦ୍ମପୁର ଉପନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ରବିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଭାଜପା ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପଦ୍ମପୁର ଆସିଥିବାବେଳେ ଏହି ଦୁଇ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ରାଜ୍ୟ ସରକାର ଜାଗା ଦେଉ ନ ଥିବାରୁ ରେଳପଥ ନିର୍ମାଣ ହୋଇପାରୁନାହିଁ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ କହିଥିବାବେଳେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ଚାଷୀମାନେ ବୀମା କ୍ଷତିପୂରଣ ପାଇ ନ ଥିଲେ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ। ଅନ୍ୟପକ୍ଷେ ଉଭୟ କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗର ଜବାବ ଦେଇଛି ବିଜେଡି। ଦଳର ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ପଦ୍ମପୁରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଦୁଇ କେନ୍ଦ୍ରମନ୍ତ୍ରୀ ପଦ୍ମପୁର ଉପନିର୍ବାଚନ ପାଇଁ ଆସି ଯାହା କହିଲେ, ତାହା ସତ୍ୟ କିମ୍ବା ତଥ୍ୟଭିତ୍ତିକ ନୁହେଁ। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରାଘାତ। ଫସଲବୀମା ପ୍ରସଙ୍ଗ ରେ କେନ୍ଦ୍ରୀୟ ବୈଷୟିକ ଉପଦେଷ୍ଟା କମିଟି ୨ମାସରୁ ଅଧିକ କାଳ ଧରି ଚାଷୀଙ୍କ କଥାକୁ ଶୁଣିଲେ ନାହିଁ ଏବଂ ନିଷ୍ପତ୍ତି ନେବାରେ ବିଳମ୍ବ କଲେ। ଫଳରେ ଚାଷୀଙ୍କୁ ବୀମା କ୍ଷତିପୂରଣ ମିଳିବାରେ ବିଳମ୍ବ ହୋଇଥିଲା। ସେହିପରି ବରଗଡ଼-ନୂଆପଡ଼ା ରେଳପଥ ରାଜ୍ୟର ଦୀର୍ଘବର୍ଷର ଦାବି। ଏଥିପାଇଁ ଆବଶ୍ୟକ ସମସ୍ତ ଜମିର କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ବହୁପୂର୍ବରୁ କହିଆସିଛନ୍ତି। ରାଜ୍ୟ ସରକାର ଜାଗା ଦେଉ ନ ଥିବାରୁ ରେଳପଥ ନିର୍ମାଣ ହୋଇପାରୁନାହିଁ ବୋଲି କେନ୍ଦ୍ର ରେଳ ମନ୍ତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। କେନ୍ଦ୍ର ଜାଗା ପାଇଁ ରାଜ୍ୟକୁ କେବେ ଚିଠି ଲେଖିଛି, ତାହା କେନ୍ଦ୍ର ରେଳ ମନ୍ତ୍ରୀ କହିବେ କି ବୋଲି ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ। Categories: ଓଡ଼ିଶା, ବରଗଡ଼, ହୋମ୍ Related Content ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ by Proprietor Abhimanyu Maharana August 8, 2026 ଫୁଲଚାଷୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ, ଅଜଣା ଦୁର୍ବୃତ୍ତ ଚମ୍ପଟ by Proprietor Abhimanyu Maharana August 8, 2026 ପିସିଆର ଦ୍ୱାରା ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରି ପୁରୀ ସାଖୀକୁ ହସ୍ତାନ୍ତର by Proprietor Abhimanyu Maharana August 8, 2026 ସିଦ୍ଧମହାବୀର ଲାଇଟି ଆରୋବି ତଳେ ଅଧିକ କାମ ବାକି ରହିଛି by Proprietor Abhimanyu Maharana August 8, 2026 ମଙ୍ଗଳାଘାଟରେ ଲାଗିଛି ଭଙ୍ଗା ଏରୋପ୍ଲେନ ସହରରେ ଚହଳ by Proprietor Abhimanyu Maharana August 8, 2026 ଜାତୀୟ ହସ୍ତତନ୍ତ ଦିବସ ପାଳିତ : ହସ୍ତତନ୍ତ ପରିଧାନ ପ୍ରତି ଯୁବପିଢ଼ିଙ୍କୁ ସଚେତନ କରିବାକୁ ଆହ୍ୱାନ by Proprietor Abhimanyu Maharana August 8, 2026