ଜିଲ୍ଲା ଦୌରା ଜଜ କୋର୍ଟ ପରିସରରେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

୨୮ ନଭେମ୍ବର ସୋମବାର ( ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣାଙ୍କ ପୌରହିତ୍ୟରେ ଏକ ସଚେତନତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମାନସ କୁମାର ପଣ୍ଡାଙ୍କ ସମେତ ସବଜଜ୍ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ ,ଜେଏମଏଫସି ଶ୍ରୀ ଶୁଭଜିତ ବେହେରା , ବରିଷ୍ଠ ଆଇନଜୀବି ଶ୍ରୀ ଅଶୋକ ପାଣିଗ୍ରାହୀ ଏବଂ ଶ୍ରୀ ହୀରାଚାନ୍ଦ୍ ପଟନାୟକ ପ୍ରମୁଖ ଯୋଗଦେଇ ଆଇନର ପରିଭାଷା ଓ ତାର ବିଶେଷତ୍ଵର ବିଭିନ୍ନ ଦିଗ ସମ୍ପର୍କରେ କହିବା ସହ ଆଇନ ଆଗରେ ସମସ୍ତେ ସମାନ ,

ଏ ଦିଗରେ ସମସ୍ତ ନାଗରିକ ଯେଭଳି ସମାନ ଅଧିକାର ପାଇବା ସହ ଉପଯୁକ୍ତ ନ୍ୟାୟ ପାଇ ପାରିବେ ସେଥିପାଇଁ ଆଇନ ବିଭାଗୀୟ କାର୍ଯ୍ୟରତ ସମସ୍ତେ ବ୍ରତୀ ହେବା ପାଇଁ ଆହ୍ବାନ କରିଥିଲେ ।ଏହି ଅବସରରେ ଉପସ୍ଥିତ ସମସ୍ତ ଆଇନ ବିଭାଗୀୟ ଅଧିକାରୀ , କର୍ମଚାରୀ ଓ ଆଇନଜୀବୀ ମାନେ ସମ୍ବିଧାନର ପ୍ରସ୍ତାବନାକୁ ସମାନତା , ସ୍ବଚ୍ଛତା ଓ ନିରପେକ୍ଷତାର ସହ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ ଦିଗରେ ଜାତିର ଏକତା ଓ ଅଖଣ୍ଡତାକୁ ବଜାୟ ରଖି ସମସ୍ତ ନାଗରିକଙ୍କୁ ସେମାନଙ୍କ ଅଧିକାର ଓ ନ୍ୟାୟ ପ୍ରଦାନ କରିବା ଦିଗରେ ଶପଥ ପାଠ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆଇନଜୀବୀ , ଜିଲ୍ଲା କୋର୍ଟ ଓ ଆଇନସେବା ପ୍ରାଧିକରଣର କର୍ମଚାରୀ ମାନେ ଯୋଗ ଦେଇଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ ଶ୍ରୀ କାହ୍ନୁ ଚରଣ ପଣ୍ଡା ଏବଂ ଶ୍ରୀ ରଘୁ ନନ୍ଦନ ଦାସ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Exit mobile version