Home ଓଡ଼ିଶା ରାଜ୍ୟ ସ୍ତରୀୟ କୁମାରସ୍ବାମୀ ମହୋତ୍ସବରେ ବିଜୟ ଦ୍ବିବେଦୀଙ୍କୁ ଦେବଗିରି ନାରଦ ସମ୍ମାନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୭ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀଙ୍କୁ ମର୍ଯ୍ୟାଦାଜନକ ‘ଦେବଗିରି ନାରଦ ସମ୍ମାନ-୨୦୨୨’ ପ୍ରଦାନ କରାଯିବ। ଭବାନୀପାଟଣାର ସ୍ବର୍ଗତ ଡା. କୃଷ୍ଣଚନ୍ଦ୍ର ଦ୍ବିବେଦୀଙ୍କ ସୁପୁତ୍ର ବିଜୟ ୧୯୮୯ ମସିହାରୁ ସାମ୍ବାଦିକତା ଜୀବନ ଆରମ୍ଭ କରି ପ୍ରଗତିବାଦୀ, ଜନଭାଷା, ପ୍ରଜାତନ୍ତ୍ର ସାପ୍ତାହିକ, ମସୀହା, ସ୍ବରାଜ, ଆରମ୍ଭ, ଉତ୍କଳିକା, ସମୟ, ପ୍ରେସ ନିଉଜ ସାର୍ଭିସ, ଅନୁପମ ଭାରତ ଆଦି ଖବରକାଗଜରେ କାମ କରିଥିଲେ। ୧୯୯୨ ମସିହାରୁ ସେ ଦୈନିକ ‘ସମାଜ’ ଖବରକାଗଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ। ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସମସ୍ୟାକୁ ସେ ନିଜ ଖବରକାଗଜ ମାଧ୍ଯମରେ ପ୍ରକାଶିତ କରି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି । ଉତ୍କୃଷ୍ଟ ମାନର ସମ୍ବାଦ ସହ କଳାହାଣ୍ଡି ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳର ଖବର ପରିବେଷଣ ପାଇଁ ସେ ପ୍ରଜାତନ୍ତ୍ର ପ୍ରଚାର ସମିତି, ଓଡ଼ିଆ ସ୍ୱାଭିମାନ, ଷ୍ଟେଟ୍ସମେନ୍ ସମ୍ମାନ, ରାଧାନାଥ ରଥ ଗୋଲ୍ଡ ଏଓ୍ବାର୍ଡ, ସମଦୃଷ୍ଟି ସାମ୍ବାଦିକତା ସମ୍ମାନ, ସଂଘର୍ଷ ସମ୍ମାନ, ଆଦିବାସୀ ଲୋକ ଉତ୍ସବ, ଶିଶୁ ମେଳା, ଓଡିଶା ସମ୍ବାଦିକ ୟୁନିଅନ ପକ୍ଷରୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ, ଓଡିଶା ସାମ୍ବାଦିକ ଗୌରବ ସମ୍ମାନ, କଳାହାଣ୍ଡି ଉତ୍ସବ ଘୁମୁରା, ବେଷ୍ଟ ରିପୋର୍ଟିଙ୍ଗ ପାଇଁ ନାଗରିକ ସମ୍ମାନ, ବୁଢାଡଙ୍ଗର ଲୋକ ମହୋତ୍ସବ, କଳାହାଣ୍ଡି ଗୈାରବ ସମ୍ମାନ, ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ କଟକ ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ, କଳାହାଣ୍ଡି ଓ୍ବାର୍କିଙ୍ଗ ଜର୍ନାଲିଷ୍ଟ ଏସୋସିଏସନ ପକ୍ଷରୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ, ଓଡିଶା ମିଡ଼ିଆ ଏୱାର୍ଡ଼, ପରିବେଶ ସମ୍ବନ୍ଧିତ ସାମ୍ବାଦିକତା ପାଇଁ ସି.ଆର. ଇରାନୀ ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଶ୍ରୀ ଦ୍ବିବେଦୀ । ସାମ୍ବାଦିକତା ବ୍ୟତୀତ ସାହିତ୍ୟ ସାଧନା ଓ ସଂଗଠନରେ ତାଙ୍କର ଅନୁଭବ ରହିଛି। ଆସନ୍ତା ୨ରୁ ୪ ତାରିଖ ଯାଏଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦରଠାରେ ହେବାକୁ ଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026