କଟକ ଜିଲ୍ଲା ବିଜେଡି ସଂପାଦିକାଙ୍କୁ ସମ୍ବର୍ଦ୍ଧନା

୭ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ଜିଲ୍ଲା ବିଜେଡ଼ିର ସଂପାଦିକା ଅନୁରାଧା ମିଶ୍ରଙ୍କୁ ଆମ୍ବେଦକର ସ୍ମୃତି ପରିଷଦ ଏବଂ ସିଏମସି ୫୬ ନମ୍ବର ୱ।ର୍ଡ଼ର ବାଲିକୁଦା ଗ୍ରାମର , ମାତୃ ଶକ୍ତି ସ୍ୱୟଂସହାୟିକା ସଂଘ ପକ୍ଷରୁ ସଭାନେତ୍ରୀ ଅନିମା ନାୟକ, ସଂପାଦିକା ଚୁମକି ସେଠୀ , ଖୁଲଣା ମାଝୀ ,ପ୍ରମୋଦିନୀ ମଲ୍ଲିକ, ପିଙ୍କୀ ସେଠୀ,ଗୀତାଞଳୀ ସ୍ୱାଇଁ, ସବିତା ସେଠୀ, ଆମ୍ବେଦକର ସ୍ମୃତି ପରିଷଦର ସଭାପତି ତଥା ସାମାଜିକ କର୍ମୀ ସୁକାନ୍ତ ସେଠୀ, ରବୀନ୍ଦ୍ର ଦେହୁରୀ,ପରେଶ ସେଠୀ ନରେନ୍ଦ୍ର ବେହେରା ପ୍ରମୁଖ ପୁଷ୍ପ ଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ଅନୁରାଧା ମିଶ୍ର ଉପସ୍ଥିତ ମହିଳା ଏସଏଚଜି ଗୋଷ୍ଠୀର ସଦସ୍ୟ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ,ଏସଏଚଜି ମହିଳା ମାନଙ୍କର ସାମଗ୍ରୀକ ବିକାଶ କ୍ଷେତ୍ରରେ , ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଯେଉଁଭଳି ପଦକ୍ଷେପ ନେଇଛନ୍ତି ମହିଳା ଏସଏଚଜି ଗୋଷ୍ଠୀ ତାହାର ସଫଳ ପାଇବା ସହିତ, ଆଗକୁ ଭଲ କାମକରି ନିଜେ ଆତ୍ମନିର୍ଭରଶୀଳ ହୋଇପାରିବେ । ମହିଳା ମାନଙ୍କର ଉନ୍ନତି ପାଇଁ ସେ ସଦାସର୍ବଦା ନିଜକୁ ନିୟୋଜିତ ରଖିବା ସହିତ, କାର୍ଯ୍ୟ କରିବେ ବୋଲି କହିଥିଲେ ।

Exit mobile version