୨୭ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ସଦର ନିର୍ବାଚନୀ ମଣ୍ଡଳୀର ଶିରଲୋ ଗ୍ରାମପଞ୍ଚାୟତ ଅଧିନସ୍ତ ବ୍ରହ୍ମପୁରା ଗ୍ରାମରେ, ଧର୍ମ ଜାଗରଣ ସମନ୍ଵୟ ଓ କଟକସଦର ଅଗ୍ରଣୀ ସାମାଜିକ ସଙ୍ଗଠନ, ଉତ୍କଳ ବିକାଶ ପରିଷଦର ମିଳିତ ସହଯୋଗରେ, ଭାଗବତ ମହୋତ୍ସବ ଓ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । 
ଏହି ସମ୍ମିଳନୀରେ ସ୍ୱାମୀ ଅମୃତାନନ୍ଦ ମହାରାଜ ଏବଂ ଅନ୍ୟାନ୍ୟ ସାଧୁସନ୍ଥ ଉପସ୍ଥିତ ରହିବା ସହିତ, ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ହରିଭାଇ ଉପସ୍ଥିତ ଥିଲେ । କିଶନନଗର ବଜାରରୁ ଉତ୍କଳ ବିକାଶ ପରିଷଦର ସଭାପତି ଇଂ,ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ, ସାଧୁସନ୍ଥ ମାନଙ୍କୁ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ।

