1. ଓଡ଼ିଶାର ଚାଷୀଙ୍କ ଭାବନା ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର
2. ଚାଷୀଙ୍କ ଦାବି ରାଜ୍ୟ ସରକାର ନମାନନ୍ତି ଗାଁ ଗାଁରେ ବିଜେପି ସତ୍ୟାଗ୍ରହ କରିବ
3. ଚାଷୀଙ୍କ ଲୁହରେ ବିଜୁ ଜନତା ଦଳ ଆଉ ତିଷ୍ଠି ପାରିବ ନାହିଁ
4. ସତ୍ୟାଗ୍ରହ ସ୍ଥଳୀରେ ପ୍ରଧାନମନ୍ତ୍ରୀଙ୍କ ୯୫ତମ ମନ୍ କି ବାତ୍ ଶୁଣିଲେ ଚାଷୀ

୨୭ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଚାଷ ଆମଦାନୀଠୁ ଆରମ୍ଭ କରି ରପ୍ତାନୀ ପର୍ଯ୍ୟନ୍ତ ସବୁ ସମସ୍ୟାରେ ଭାରତୀୟ ଜନତା ପାର୍ଟି ଅନ୍ନଦାତାଙ୍କ ସହ ରହିଛି । କେନ୍ଦ୍ର ସରକାର ଫସଲବୀମା ଯୋଜନା ମାଧ୍ୟମରେ କିପରି ଚାଷୀ ସ୍ୱଚ୍ଛଳ ହେବ ବ୍ୟବସ୍ଥା କରିଥିଲେ କିନ୍ତୁ ରାଜ୍ୟ ସରକାର ଗରୀବ ଚାଷୀଙ୍କ ତାଲିକା ନଦେଇ ଯୋଜନାରୁ ବଂଚିତ କରିଛନ୍ତି । ଅନ୍ନଦାତାଙ୍କ ଲାଗି ମୋଦି ସରକାର ସର୍ବଦା ଆଗଭର । ମିଥ୍ୟାବାଦୀ ରାଜ୍ୟ ସରକାର ନିରୀହ ଲୋକଙ୍କୁ କେନ୍ଦ୍ରର ଯୋଜନକୁ ନିଜ ଯୋଜନା କହି ଆଜିକୁ ୨୩ବର୍ଷ ଧରି ଭୂଆଁ ବୁଲାଇ ଆସୁଛି । ଓଡ଼ିଶାର ଲୋକେ ଜଲଦି ବିଶ୍ୱାସ କରନ୍ତି ଓ ଛଳନା କ’ଣ ଜାଣନ୍ତି ନାହିଁ । ଓଡ଼ିଶାର ଚାଷୀଙ୍କ ଭାବନା ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ଓଡ଼ିଶାର ୮୦% ଲୋକ ଚାଷ ଉପରେ ନିର୍ଭର କରୁଥିଲେ ମଧ୍ୟ ସେମାନଙ୍କ ଲାଗି ଜଳସେଚନ, ମଣ୍ଡି, କଟନିଛଟନି କିମ୍ବା ସାର, ବିଷର କୌଣସି ସୁବ୍ୟବସ୍ଥା କରିନାହାନ୍ତି ବରଂ ଚାଷୀଙ୍କୁ ତାଚ୍ଛଲ୍ୟ କରୁଚ୍ଛନ୍ତି ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ।
