ପୁରୀ ରେ ସମ୍ବିଧାନ ଦିବସ ପାଳିତ

୨୭ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ପ୍ରତ୍ୟେକ ଭାରତୀୟ ସମ୍ବିଧାନକୁ ଜାଣିବା ଜରୁରୀ । କେବଳ ଅଧିକାର ହାସଲ ନୁହେଁ,ଦେଶ ପ୍ରତି କର୍ତ୍ତଵ୍ୟନିଷ୍ଠ ହେବା ମଧ୍ୟ ଜରୁରୀ । ଆମ ଦେଶର ସମ୍ବିଧାନ ବିଶ୍ଵରେ ଅନନ୍ୟ ଓ ଶ୍ରେଷ୍ଠ । ଅତିଥି ମାନେ ଏହାର ପ୍ରତିଷ୍ଠା ଓ ଗୌରବ ବଢାଇବା ଆମ ସମସ୍ତ ଙ୍କ ର ଦାୟିତ୍ୱ ବୋଲି କହିଛନ୍ତି  । ଆଜି ପୂର୍ବାହ୍ନରେ ପୁରୀ ୟୁଥ୍ ହଷ୍ଟେଲ ପରିସରରେ ଜିଲ୍ଲା ପ୍ରଶାସନ ଓ ନେହେରୁ ଯୁବ କେନ୍ଦ୍ର ପୁରୀ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଥିଲା ।

କେନ୍ଦ୍ର ର ସଂଯୋଜକ ଜୟଶଂକର ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସାମ୍ବାଦିକ ଜଗନ୍ନାଥ ବସ୍ତିଆ,ସମାଜସେବୀ ବଦ୍ରି ମିଶ୍ର, କୋଣାର୍କ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ବିଷ୍ଣୁ ଚରଣ ମିଶ୍ର, ପ୍ରଫେସର ରାକେଶ ମିଶ୍ର, ଶିକ୍ଷାବିତ୍ ଦେବାଶିଷ ତ୍ରିପାଠୀ,ଅଧ୍ୟାପକ ବିଜୟ ଛାଟୋଇ ଅତିଥି ଭାବେ ଯୋଗଦେଇ ସମ୍ବିଧାନ ଦିବସ ର ମହନୀୟତା ଉପରେ ବକ୍ତବ୍ୟ ରଖିଥିଲେ।

ପ୍ରାରମ୍ଭରେ ସମ୍ବିଧାନ ଦିବସ ର ସମୂହ ଶପଥ ପାଠ ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ସଞ୍ଚାଳନ କରିଥିଲେ ବିଶିଷ୍ଟ କୁଇଜ୍ ମାଷ୍ଟର ପଦ୍ମନାଭ ପଣ୍ଡା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଛଅଟି ଦଳ ଭାଗ ନେଇଥିଲେ । ଏହି କୁଇଜ୍ ରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟ ପ୍ରଥମ,ମାଆ ଶାରଦା ଦେବୀ ସେବା ସଂଗଠନ ଦ୍ବିତୀୟ ଓ ସରକାରୀ ମହିଳା ମହାବିଦ୍ୟାଳୟ ତୃତୀୟ ପୁରସ୍କାର ପାଇଥିଲେ । ଏହି ଅବସରରେ ଶ୍ରେଷ୍ଠ କ୍ଲବ୍ ଭାବେ ପୁରୀ ଜଙ୍ଗଲୀ କ୍ଲବ୍ କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସୁକାନ୍ତ କୁମାର ମହାନ୍ତି ।

Exit mobile version