ମାଲକାନଗିରି ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

୨୭ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ମାଲକାନଗିରି ମହାବିଦ୍ୟାଳୟ ରେ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ବୈଠକ ମହାବିଦ୍ୟାଳୟ ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଯେଉଁ ଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷତାରେ ଅଶୋକ କୁମାର ଷଡ଼ଙ୍ଗୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଏଥିତି ଭାବେ ମାଲକାନଗିରି ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ରାଜନୈତି ବିଜ୍ଞାନ ବିଭାଗ ଓ ଜାତୀୟ ସେବା ଯୋଜନା ର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ସମ୍ବିଧାନ ପ୍ରଣେତା ଭିମାରାଓ ଆମ୍ବେଦକରଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଉପଜିଲ୍ଲାପାଳ ତାଙ୍କର ଅଭିଭାଷଣରେ ସମ୍ବିଧାନର ମୁଖ୍ୟବନ୍ଧ ଏବଂ ଆମ୍ବେଦକରଙ୍କ ଦର୍ଶନ ଉପରେ ଛତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଭାରତୀୟ ସମ୍ବିଧାନ କିପରି ଭାବରେ ସମସ୍ତ ନାଗରିକ ମାନଙ୍କୁ ସମାନତାର ଅଧିକାର ପ୍ରଦାନ କରିଛି ସେ ବିଷୟରେ ଆଲୋଚନା ।

Exit mobile version