ଆଧ୍ୟାତ୍ମିକତା ରେ ଭାରତ ନିର୍ମାଣରେ ସାମ୍ବାଦିକଙ୍କ ଭୂମିକା ଆଲୋଚନା ଚକ୍ର

୨୬ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକି ଅମୃତ ମହୋତ୍ସବ ଅବସରରେ ଏକ ଆଲୋଚନା ଚକ୍ର ସୁବର୍ଣ୍ଣ ଭାରତ ନିର୍ମାଣରେ ସାମ୍ବାଦିକଙ୍କ ଭୂମିକା ଉପରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବରିଷ୍ଠ ସମାଜସେବୀ ସୁକାନ୍ତ ବିଶ୍ୱାଳ , ସମ୍ମାନୀତ ଅତିଥି ରୂପେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା,ରାଜସ୍ଥାନ ମାଉଣ୍ଟର ସୁଶାନ୍ତ ଭାଇ, ଷ୍ଟେଟ ମିଡିଆ କୋର୍ଡିନେଟର ବି କେ ନଥମଲ ଭାଇ, ମୋଟିଭେଶନାଲ ସ୍ପିକର ଭାବରେ ଫରିଦାବାଦର ବ୍ରହ୍ମକୁମାରୀ ପୁନମ ବର୍ମା ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଆଜିର ଆଧୁନିକ ଯୁଗରେ ସାମ୍ବାଦିକ ମାନଙ୍କର ଆବଶ୍ୟକତା ଓ ସମାଜ ସଂସ୍କାର ରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।ସେମାନେ ସଦା ସର୍ବଦା ନିଜକୁ ଜଗତ କଲ୍ୟାଣ କାର୍ଯ୍ୟରେ ନିୟୋଜିତ କରିଛନ୍ତି କିପ୍ରୟାସନ୍ତୁ ସମାଜ କେବେ ସେମାନଙ୍କର ମାନସିକ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରିନି । ସେମାନଙ୍କ ମାନସିକ ଭାରସାମ୍ୟକୁ କିଛି ମାତ୍ରାରେ ଲାଘବ ପାଇଁ ଆମେ ଏଭଳି ଅଭିନବ ଆରମ୍ଭ କରିଛୁ । କିଞ୍ଚିତ ମାତ୍ରାରେ କର୍ମମୟ ଜୀବନ ମଧ୍ୟରେ ରହି କିପରି ନିଜର ମାନସିକ ଶାନ୍ତି ପାଇଁ କଣ କଣ କରିବା ଦରକାର ଓ ନିଜ ଜୀବନ ପଥକୁ ଆଧ୍ୟାତ୍ମିକତା ମାଧ୍ୟମରେ ଆଗେଇ ନେବାରେ ଏହି ଆଲୋଚନା ଚକ୍ର ଆୟୋଜକ କରିଥିବା କହିଛନ୍ତି ଉପସ୍ଥିତ ବକ୍ତା ଓ ଅତିଥି ବୃନ୍ଦ । ତତ୍ ସହିତ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଆହୁରି ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରଖାଯାଇ ଅଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏହି ଆଲୋଚନା ଚକ୍ରରେ ଖୋର୍ଦ୍ଧା ଜିଲ୍ଲାର ଚିଲିକା, ଟାଙ୍ଗି, ବାଣପୁର ଓ ବାଲୁଗାଁ ଅଞ୍ଚଳ ରୁ ମୋଟ ୪୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇ ବକ୍ତା ମାନଙ୍କର ମୂଲ୍ୟବାନ ଆଧ୍ୟାତ୍ମିକ ଦିଗଦର୍ଶନ ଉପରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ କାର୍ଯ୍ୟକାରୀ କରିବା ପାଇଁ ଉପଲବ୍ଧିର ସତ୍ତା ଖୋଜିବାକୁ ଉପକ୍ରମ କରିଥିଲେ, ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ଭିକାରୀ ଚରଣ ପ୍ରଧାନ ଉଦବୋଧନ ଦେଇ ଆଧ୍ୟାତ୍ମିକତା ମଧ୍ୟରେ ସାମ୍ବାଦିକତାର ତତ୍ପର୍ଯ୍ୟକୁ ପ୍ରତିପାଦନ କରିଥିଲେ, ପରିଶେଷରେ ଉପସ୍ଥିତ ସାମ୍ବାଦିକ ଓ ବିଭିନ୍ନ ବର୍ଗରେ ସାମାଜିକ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଓମ୍ ଶାନ୍ତି ଶିବ ଜ୍ୟୋତି ଧ୍ୟାମ ତରଫରୁ ସାରା ଭାରତରେ ଶାନ୍ତି, ପ୍ରେମ,ମୈତ୍ରୀ ଆଚାର ବ୍ୟବହାର କୁ ସୁଚାର ରୂପ ରେ ଗଢିଉଠିବା ଓ ସମସ୍ତ ଙ୍କ ସହିତ ଯୋଡ଼ି ହେବା ଓ ନୂତନ ଭାରତ ଗଠନ ରେ ସହଯୋଗ ପାଇଁ ମିଡ଼ିଆ ଜରିଆରେ ଏକ ପୋଗ୍ରାମ ଅନୁଷ୍ଠିତ କରାଯାଇ ସାମ୍ବାଦିକଙ୍କ ନିଜର ମାନସିକ ସ୍ଥିତିକୁ ଖୁବ ନିକଟରୁ ପରଖି ଏଭଳି ନିଆରା କାର୍ଯ୍ୟକ୍ରମ କରିଥିବାରୁ ଆୟୋଜକ ମାନଙ୍କୁ ଉପସ୍ଥିତ ସାମ୍ବାଦିକ ମାନେ ଭୁୟସୀ ପ୍ରଶଂଶା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଚିଲିକା, ବାଲୁଗାଁ, ବାଣପୁର ନାଚୁଣୀ ଓ ଟାଙ୍ଗୀ ଅଞ୍ଚଳ ରୁ ଆସିଥବା ସାମ୍ବାଦିକ ମାନଙ୍କୁ ଫୁଲ ଚନ୍ଦନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା l ଏହା ପରେ ପ୍ରଜାପତି ବ୍ରହ୍ମକୁମାରୀ ବିଶ୍ୱ ବିଦ୍ୟାଳୟ ତରଫରୁ ପ୍ରସାଦ ସେବନରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା

Exit mobile version