Home ଓଡ଼ିଶା ମୋହନାରେ ଓଡ଼ିଶା ସାହିତ୍ୟ ଏକାଡେମୀର କର୍ମଶାଳା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ହିଲଟପ୍ କଲେଜ୍ ରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ସୁଭ୍ରକାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କର୍ମଶାଳାରେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳା କୁ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ କବି ବିପିନ ନାୟକ, ସମ୍ମାନୀତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୁର୍ବତନ ସଦସ୍ୟ ତଥା ଉପାନ୍ତ ପ୍ରହରୀ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଓଡିଆ ଭାଷାର ସୁରକ୍ଷା ଉପରେ କହିଥିଲେ l ଏହି କର୍ମଶାଳାରେ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ” ମୁଁ ବି ଲେଖକ ହେବି” ବିଷୟକୁ ନେଇ ଆଲୋଚନା ହୋଇଥିଲା l ଏହା ପରେ ଦ୍ଵିତୀୟ ଅଧିବେଶନ ରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ବିଚିତ୍ରlନନ୍ଦ ବେବର୍ତ୍ତା ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ଵଂୟ ଶାସିତ ମହାବିଦ୍ୟାଳୟ ଓଡିଆ ବିଭାଗ ମୂଖ୍ୟ ଡ. ଅଜୟ କୁମାର ତ୍ରିପାଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ ଡ. କୁଳମଣି ଓଝା, ସମ୍ମାନୀତ ଅତିଥି ଭାବେ କବି ସୁଶାନ୍ତ କୁମାର ଜେନା, ଡ. ହୃଷୀକେଶ ପଣ୍ଡା, ସିମlଞ୍ଚଳ ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସୁଶାନ୍ତ ଦାସ, ଅଧ୍ୟାପକ ଚନ୍ଦ୍ରଶେଖର ଦାସ, ପ୍ରଣବl ନନ୍ଦ ପlଟଯୋଷି ପ୍ରମୁଖ ଉପସ୍ଥିତ ଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ଗଜପତି ଜିଲ୍ଲା ଗାରବନ୍ଧ ଗ୍ରାମ ପୋଖରୀରେ ବୁଡି ଜଣେ ମୃତ by Proprietor Abhimanyu Maharana September 12, 2026 ୩ ମାସରେ ୫୦ ଗୋଟି ସାଇକେଲ ଚୋରି କରିଥିବା ସିରିଜ ସାଇକେଲ ଚୋର ଗିରଫ by Proprietor Abhimanyu Maharana September 12, 2026 ସିୟୁଟିଏମ ତରଫରୁ ଗଜପତି ଜିଲ୍ଲାରେ ‘ମିନି କୃଷି ମେଳା’ ଅନୁଷ୍ଠିତ by Proprietor Abhimanyu Maharana September 12, 2026 ସୁଶ୍ରୀ ଭାଗବତ ସାମଲ କଲ୍ୟାଣ ରାଓ ଆଇ.ଏ.ଏସ ନୂତନ ଉପଜିଲ୍ଲାପାଳ by Proprietor Abhimanyu Maharana September 12, 2026 ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୫୩ ଗୋଟି କେଶରେ ଜବତ ୧୩.୩୪ ଗଞ୍ଜେଇକୁ ପୋଡି ନଷ୍ଟ କରାଗଲା by Proprietor Abhimanyu Maharana September 12, 2026 ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ : ଶିକ୍ଷଣ ସୋପାନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିକ୍ଷକ-ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ by Proprietor Abhimanyu Maharana September 12, 2026