Home ଓଡ଼ିଶା ସରକାରଙ୍କର ସୁଆଣ୍ଡୋ ଐତିହ୍ୟ ଗ୍ରାମର ସାମୁହିକ ବିକାଶକୁ ବିରୋଧ କାହିଁକି ..? by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ସୁଆଣ୍ଡୋ :- ସୁଆଣ୍ଡୋ ଐତିହ୍ୟ ଗ୍ରାମର ସମସ୍ତ ୨୦ଟି ଘରକୁ ଏକା ପ୍ରକାରର କରିବାକୁ ମୁଁ ଗ୍ରାମବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ କରିଥିବା ନିବେଦନକୁ କିଛି ଲୋକ ବିରୋଧ କରିଛନ୍ତି | ସେମାନେ କାହିଁକି ବିରୋଧ କରୁଛନ୍ତି ସେ କଥା ମତେ ବୁଝା ପଡୁନି | ସେଥିପାଇଁ ଏହାର ରହସ୍ୟ ଉନ୍ମୋଚନ ନିମନ୍ତେ ଲେଖୁଛି | ଯେଉଁମାନେ ଏ ପ୍ରସ୍ତାବକୁ ବିରୋଧ କରୁଛନ୍ତି, ସେମାନେ କହିବେ କି ତାଙ୍କ ବିରୋଧର ଅନ୍ତର୍ନିହିତ ଉଦ୍ଦେଶ୍ୟ କଣ ? ଏହା ଦ୍ୱାରା କାହାର ସ୍ୱାର୍ଥରେ ବାଧା ଉପୁଜିଛି ଯେ ସେମାନେ ବିରୋଧ କରୁଛନ୍ତି | ପ୍ରସଙ୍ଗଟି ଏହିପରି- ରାଜ୍ୟ ସରକାର ସ୍ୱାଧୀନତାର ୭୫ବର୍ଷ ଓ ଉତ୍କଳମଣିଙ୍କ ତିରୋଧାନର ୯୪ବର୍ଷ ପରେ ତାଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମକୁ ଐତିହ୍ୟ Villageର ମାନ୍ୟତା ପ୍ରଦାନକରି ଗ୍ରାମଟିକୁ ପର୍ଯ୍ୟଟନସ୍ଥଳୀ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଯାହାକି ଅତ୍ୟନ୍ତ ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ | ଏଥିପାଇଁ ୨୫.୨୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ଏହି କାର୍ଯ୍ୟକୁ ଆହୁରି ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କ ଇଚ୍ଛା ଓ ଆର୍ଥିକ ଅନଟନକୁ ଦୃଷ୍ଟିରେ ରଖି ଜରିପକା ଚାଳ ଛପର ଘରର ସମ୍ମୁଖ ଭାଗକୁ Renovation କରିବା ପାଇଁ ପ୍ରସ୍ତାବ ଦେଇ ନିବେଦନ କରିଥିଲି | ଏହି ନିବେଦନ ପ୍ରସ୍ତାବକୁ କିଛି ବ୍ୟକ୍ତି ମୋ Post ଉପରେ ମତାମତ ଦେଇ ବିରୋଧ କରିଛନ୍ତି | ସେମାନେ କାହିଁକି ବିରୋଧ କରୁଛନ୍ତି, ତାଙ୍କର କଣ କ୍ଷତି ହେଉଛି ସେ ବିଷୟରେ ମୋର ଧାରଣା ନାହିଁ | ସେମାନେ କେହି ସୁଆଣ୍ଡୋ ଲୋକ ନୁହନ୍ତି | ସେ ଯେ କାହିଁକି ପ୍ରତିବାଦ ଜଣାଇଛନ୍ତି, ତାହା ମଧ୍ୟ ରହସ୍ୟ ଜନକ ? ଏକଥା ଜାଣିବା ପାଇଁ ମୁଁ ଏହି Postingଟି କରିଛି | Karan Chandra Pattanaikଙ୍କ ମନ୍ତବ୍ୟ- ଏହା ଗ୍ରାମବାସୀ ଉପରେ ନିର୍ଭର | ସରକାର କଣ କରିବେ ? ସରକାର ପଣ୍ଡିତ ଗୋପବନ୍ଧୁଙ୍କ ପାଇଁ କିଛି କରିବେ…. ଗ୍ରାମବାସୀଙ୍କ ପାଇଁ ନୁହେଁ | ନହେଲେ ଗ୍ରାମବାସୀ କର୍ମକୋଢ଼ିଆ ହୋଇଯିବେ | ମୋର ଏଠାରେ ସେଇ ବାବୁଙ୍କୁ ପ୍ରଶ୍ନ ହେଉଛି- ଚାଳଛପର ଘରର ସମ୍ମୁଖ ଭାଗ ଯାହା ମହାବତ୍ୟା ସମୟରୁ ଭାଙ୍ଗିଛି ତାକୁ ଅର୍ଥ ଅଭାବରୁ ଗୃହକର୍ତ୍ତା ସଜାଡି ପାରିନି, ସେଇ ଘରକୁ ରାଜ୍ୟ ସରକାର ସଜାଡି ଦେଲେ- ଗ୍ରାମବାସୀ କର୍ମକୋଢ଼ିଆ ହେଇଯିବେ, ଏକଥା ସିଏ କେମିତି ଜାଣିଲେ- ଦୟାକରି କହିବେ କି ? ଦ୍ଵିତୀୟରେ ସେଇ ବାବୁଙ୍କୁ ଗୋପବନ୍ଧୁ ଦାସଙ୍କ Will ଏବଂ ପାରିବାରିକ ହିସାବ ସମ୍ପର୍କରେ କିଛି ଜଣା ଅଛି କି ? ଯଦି ଜଣା ନାହିଁ ତେବେ ଏତିକି ଜଣିବାକୁ ଚେଷ୍ଟା କରିବେ କି ? ଗୋପବନ୍ଧୁଙ୍କ ପିତା ହେଉଛନ୍ତି ଦୈତାରୀ ଦାସ | ଦୈତାରୀ ଦାସଙ୍କ ପ୍ରଥମ ପତ୍ନୀଙ୍କ ପୁଅ- ନାରାୟଣ ଦାଶ | ଦ୍ଵିତୀୟ ପତ୍ନୀଙ୍କ ପୁଅ ଗୋପବନ୍ଧୁ ଦାସ | ନାରାୟଣ ଦାଶ ତାଙ୍କ ଏକମାତ୍ର ଝିଅର ୪ପୁଅଙ୍କ ମଧ୍ୟରୁ ଜଣଙ୍କୁ ଅର୍ଥାତ ସଦାନନ୍ଦ ଦାଶଙ୍କୁ ପୋଷ୍ୟ ସନ୍ତାନ ଭାବେ ନାରାୟଣ ଦାଶ ଗ୍ରହଣ କରିଥିଲେ | ଗୋପବନ୍ଧୁ ଦାସ ତାଙ୍କ ଶେଷ ଇଚ୍ଛାପତ୍ରରେ ସଦାନନ୍ଦଙ୍କୁ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଗୋପବନ୍ଧୁ ଦର୍ଶାଇ ନାହାନ୍ତି | ତେଣୁ ରାଜ୍ୟ ସରକାର ଗୋପବନ୍ଧୁଙ୍କ ଷାଠିଘର ଓ ସମ୍ପତ୍ତି ସଦାନନ୍ଦଙ୍କ ପିଲାମାନଙ୍କ ଠାରୁ କିପରି ନେଲେ ? ଏବଂ ସଦାନନ୍ଦଙ୍କ ସମସ୍ତ ପିଲାଙ୍କୁ କେଉଁ ଆଧାରରେ ତୋଳା ଘର ଯୋଗାଇ ଦେଲେ ? ସେକଥା ପଚାରି ବୁଝି ଜଣାଇବେ କି ? ତୃତୀୟରେ- ରାଜ୍ୟ ସରକାର ପଟ୍ଟନାକିଆଛକ ଠାରୁ ସୁଆଣ୍ଡୋ ଗ୍ରାମ ପର୍ଯ୍ୟନ୍ତ ୬କିମି ରାସ୍ତାକୁ ପକ୍କା ସଡ଼କ କରିଛନ୍ତି | ସୁଆଣ୍ଡୋକୁ Connectivities ସମସ୍ତ Roadର ପୁନଃରୁଦ୍ଧାର କରାଇ ପକ୍କା କରିଛନ୍ତି | ସ୍ୱଚ୍ଛ-ପାଣି, ଡ୍ରେନେଜ୍ ସାଙ୍ଗକୁ ଭୁତଳବିଦ୍ୟୁତ ବ୍ୟବସ୍ଥା କରିଛନ୍ତି | ଏହା ସହିତ ୧୦ଏକର ପରିମିତ ଜମିରେ ପାର୍କ, ଜଳାଶୟ ସାଙ୍ଗକୁ ମ୍ୟୁଜିୟମ ଓ ଲାଇବ୍ରେରୀ ବନେଇଛନ୍ତି | ଏତେ ସବୁ ସୌନ୍ଦର୍ଯ୍ୟ କରଣ ସଙ୍ଗକୁ ୧୫ଟି ଜରି ପକା ଯାଇ ଆଚ୍ଛାଦିତ ଥିବା ଚାଳଛପର ଘର ଦେଖି ପଯ୍ୟଟକମାନେ ଯଦି ବେଶୀ ଆନନ୍ଦ ଅନୁଭବ କରିବେ, ତେବେ ଗ୍ରାମବାସୀ ଯେମିତି ଭଙ୍ଗା ଦଦରା ଘରେ ରହୁଛନ୍ତି, ସେମିତି ରହିବାରେ ସଂକୋଚ ମନେକରିବେ କାହିଁକି ? ସେ ବାବୁ ଏକଥା ବୁଝିବା ଉଚିତ ଯେ- ପାଖରେ ଟଙ୍କା ଗଚ୍ଛିତ ରଖି କେହି କେବେ ଭଙ୍ଗା ଘରେ ରହିବାକୁ ପସନ୍ଦ କରନ୍ତି ନାହିଁ | ତେଣୁ ଗ୍ରାମବାସୀଙ୍କ ଆର୍ଥିକ ଦୂରବସ୍ଥା ଓ ରାଜ୍ୟ ସରକାରଙ୍କ ଐତିହ୍ୟ Villageର ବିକାଶକୁ ଦୃଷ୍ଟିରେ ରଖି ମାତ୍ର ଅଳ୍ପ କେଇଟା ଚାଳ ଛପର ଘରର Renovation କଥା ଉଲ୍ଲେଖ କରିଥିଲି | ତେଣୁ ଏହାକୁ ବିରୋଧ କରି ମତାମତ ଦେଇଥିବା ବ୍ୟକ୍ତି ବିଚାର କରନ୍ତୁ, ସେମାନେ ନକାରାତ୍ମକ ଟିପ୍ପଣୀ ଦେଇ କାହାର ଲାଭ କରିଛନ୍ତି ? Categories: ଓଡ଼ିଶା, ପୁରୀ, ହୋମ୍ Related Content କିଙ୍ଗ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ ରେ ୮୦ତମ ସ୍ଵଧାନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ୮୦ ତମ ସ୍ବାଧୀନତା ଦିବସ ପାଳନ ହୋଇ ଯାଇଛି by Proprietor Abhimanyu Maharana August 16, 2026 ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ by Proprietor Abhimanyu Maharana August 16, 2026 ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026