ବେଦାନ୍ତ ଆଲୁମିନିୟମ ସିଆଇଆଇ କ୍ଲାଇମେଟ ଆକ୍ସନ ଚାର୍ଟର ପାଇଁ ନିଜର ସ୍ୱାକ୍ଷର ବହନ କରିଛି

୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ନୂଆଦିଲ୍ଲୀ :- ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ସିଆଇଆଇ ଜଳବାୟୁ ଚାର୍ଟର ଆକ୍ସନ ପାଇଁ ନିଜର ସ୍ୱାକ୍ଷର ପ୍ରଦାନ କରିଛି । ନେଟ ଜିରୋ କାର୍ବନ ଅପରେସନ ଓ ଏହାର ମୂଲ୍ୟ ଶୃଙ୍ଖଳରେ ଜଳବାୟୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଗ୍ରାହକ ଓ ଯୋଗାଣକାରୀଙ୍କ ସହ କାର୍ଯ୍ୟ କରିବାକୁ ଏହା କଂପାନିର ନିଶ୍ଚିତତାକୁ ପ୍ରମାଣିତ କରେ ଓ ଜଳବାୟୁ ପରିବର୍ତନ ହ୍ରାସ ରଣନୀତି ସହ କାର୍ଯକରିବାରେ ବିଳିଷ୍ଠ ଭୂମିକା ଗ୍ରହଣ କରିଥାଏ ।

ଭାରତୀୟ ବ୍ୟବସାୟ ମଧ୍ୟରେ ଗଠିତ ଜଳବାୟୁ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସିଆଇଆଇ ଜଳବାୟୁ ଆକ୍ସନ ଚାର୍ଟର ହେଉଛି ଏକ କ୍ରସ ଇଣ୍ଡଷ୍ଟ୍ରି ପଦକ୍ଷେପ । ସିଆଇଆଇ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ଚାର୍ଟରକୁ ଏକ ଉପଯୋଗୀ ଉପକରଣ ଭାବେ ବିକଶିତ କରିଛି । ଇଣ୍ଡଷ୍ଟ୍ରିର ସର୍ବୋତମ ଅଭ୍ୟାସକୁ ଆଗେଇ ନେବା ପାଇଁ ବେଦାନ୍ତ ଆଲୁମିନିୟମ ଏହି ପ୍ଲାଟଫର୍ମକୁ ଲିଭରେଜ କରିବାକୁ ଲକ୍ଷ୍ୟ ରଖିଛି ।

ବେଦାନ୍ତ ଆଲୁମିନିୟମର ଜଳବାୟୁ କାର୍ଯ୍ୟ୍ରକ୍ରମ ବିଷୟରେ ଶ୍ରୀ ରାହୁଲ ଶର୍ମା, ସିଇଓ- ଆଲୁମିନା ବ୍ୟବସାୟ ବେଦାନ୍ତ ଲିଃ କହିଛନ୍ତିଯେ କଂପାନି ଓ ଗୋଷ୍ଠୀ ଉପରେ ଜଳବାୟୁ ପରିବର୍ତନର ପ୍ରଭାବ ସୁଦୂର ପ୍ରସାରୀ । ଆଲୁମିନିୟମର ଭାରତର ସର୍ବ ବୃହତ ଉତ୍ପାଦକ ହୋଇ ବେଦାନ୍ତ ଆଲୁମିନିୟମ କ୍ଷେତ୍ରରେ ଅଗ୍ରଣୀ ରହିବାକୁ ଚେଷ୍ଟା କରୁଛି ଓ ବିକାଶର ନୂଆ ନୂଆ ମାର୍ଗ ଖୋଲୁଛି । ସ୍ଥାୟୀ ପ୍ରୟୋଗ ଗୁଡ଼ିକ ପାଇଁ ଏହାର ଅସୀମ ସମ୍ଭାବନା ସହିତ ଆଲୁମିନିୟମ, କମ କାର୍ବନ ଭବିଷ୍ୟତ ପାଇଁ ଅପରିହାର୍ଯ୍ୟ । ସେଥିପାଇଁ ଆମେ ଆମର କର୍ମପନ୍ଥାକୁ ସ୍ଥାନୀୟ ଗୋଷ୍ଠୀ ସହିତ ଜଳବାୟୁ ସ୍ଥିର କରିବା ଲାଗି ଆମର ଯାତ୍ରାକୁ ଭବିଷ୍ୟତ ସାକ୍ଷୀ ହୋଇ ରହିବ ।

ଚାର୍ଟରରେ ଯୋଗ ଦେଇ ବେଦାନ୍ତ ଆଲୁମିନିୟମର ମହା ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରଜିତ ବାନାର୍ଜି ନିଜର ଖୁସି ବ୍ୟକ୍ତ କରି କହିଛନ୍ତି-ଆଲୁମିନିୟମ ଉଦ୍ୟୋଗରେ ନୂତନ ସ୍ଥିରତା ମାନଦଣ୍ଡ ସୃଷ୍ଟି କରିଥିବାରୁ ବେଦାନ୍ତ ଧନ୍ୟବାଦର ପାତ୍ର । ଆଗାମୀ ଭବିଷ୍ୟତ ପାଇଁ ଏକ ଜୀବନ୍ତ ଭବିଷ୍ୟତ ନିଶ୍ଚିତ କରିବାକୁ ଯୁଦ୍ଧକାଳୀନ ଭିତିରେ ଜଳବାୟୁ ପରିବର୍ତନକୁ ସମମାଧାନ କରିବା ଉଚିତ । ସିଆଇଆଇ ବେଦାନ୍ତର ଜଳବାୟୁ ପରିବର୍ତନ ଦୃଷ୍ଟିକୋଣକୁ ଆଗାମୀ କାଲିର ଭବିଷ୍ୟତ ଆଡ଼କ ଆଗେଇ ନେବାରେ ସାହାଯ୍ୟ କରୁଥିବାରୁ ମୁଁ ବହୁତ ଖୁସି ।

ବେଦାନ୍ତ ଆଲୁମିନିୟମରେ ଉତ୍କର୍ଷତା ଇଏସଜି (ପରିବେଶ, ସାମାଜିକ ଓ ପ୍ରଶାସନ)ହେଉଛି ଏକ ବେଡରକ ଯେଉଁଥିରେ କଂପାନି ଏହାର ବ୍ୟବସାୟିକ ଆଶାକୁ ବିକଶିତ କରୁଅଛି । କଂପାନିର ଜଳବାୟୁ କାର୍ଯ୍ୟ ଏହିସବୁ ଚିନ୍ତାଧାରାକୁ ନେଇ ପରିଚାଳିତ ।

1. ବ୍ୟବସାୟରେ ୨୦୧୨ ବେସଲାଇନରୁ ଜିଏଚଜି ନିର୍ଗମନ ତୀବ୍ରତାକୁ ଆର୍ଥିକ ବର୍ଷ ୨୨ ସୁଦ୍ଧା ୨୪% ହ୍ରାସ ।

2. ଓଡ଼ିଶାର ଝାରସୁଗୁଡ଼ାରେ ଥିବା ବୃହତ ଆଲୁମିନିୟମ ସ୍ମେଲଟରରେ ଜିଏଚଜି ନିର୍ଗମନ ତୀବ୍ରତାକୁ ଆର୍ଥିକ ବର୍ଷ ୧୨ ସୁଦ୍ଧା ୨୪% ହ୍ରାସ ଓ ଉତ୍ପାଦନ ୨୦% ବୃଦ୍ଧି ।

3. ବ୍ରାଣ୍ଡେଡ ରେସ୍ତୋରା, ଭାରତର ପ୍ରଥମ କମ ଅଙ୍ଗାରକାମ୍ଳ ସବୁଜ ଆଲୁମିନିୟମ ଉତ୍ପାଦନ ।

4. ୩ ବିଲିୟନ ୟୁନିଟର ଅକ୍ଷୟ ଶକ୍ତି ଉପଯୋଗ ।

5. ୩୮୦ ମେୱା ଅକ୍ଷୟ ବିଦ୍ୟୁତ ଯୋଗାଣ ପାଇଁ ଚୁକ୍ତି ସ୍ୱାକ୍ଷରିତ ।

6. ଲିଥିୟମ ବ୍ୟାଟେରି ଚାଳିତ ଫର୍କ ଲିଫ୍‌ଟ ବ୍ୟବହାର ।

7. ଆଲୁମିନିୟମ ଶିଳ୍ପ ପାଇଁ ଡୋ ଜୋନଓ ସଷ୍ଟେନବିଲିଟି ଇଷର୍‌ହକ୍ସ ମାନ୍ୟତାରେ ୪ର୍ଥ ସ୍ଥାନ ।

8. ଶିଳ୍ପ ଉପ ଉତ୍ପାଦ ଗୁଡ଼ିକର ସଠିକ ବିନିଯୋଗ ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନ୍‌ସ ସଷ୍ଟାନେବିଲିଟି ଇଣ୍ଡେକ୍ସ (ଡ଼ିଜେଏସଆଇ) ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Exit mobile version