
୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ସ୍ୱୟଂ ସହାୟୀକା ଗୋଷ୍ଠୀ ର ସଦସ୍ୟା ମାନଙ୍କର ଅର୍ଥନୀତି ସୁଦୃଢ କରିବା ପାଇଁ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ରହିଛି। ସେଥି ମଧ୍ୟରୁ ଗୋଟେରି କ୍ଲଷ୍ଟର ଯୋଜନା ଅଧୀନରେ ଆଜି ତନୋଟି ପଞ୍ଚାୟତ ଯଥା ଶବରପଲ୍ଲୀ, ସୁବଲଡା ଓ ମଙ୍ଗରାଜୁରୁ ଗ୍ରାମ ପଞ୍ଚାୟତରେ ଓଡିଶା ଜୀବିକା ମିଶନର ସହାୟତାରେ ସ୍ବଂୟ ସହାୟିକା ଗୋଷ୍ଠିଙ୍କୁ ନେଇ ପ୍ରତ୍ୟକ ପଞ୍ଚାୟତରେ ଗୋଟିଏ ଲେଖା କ୍ଲଷ୍ଟର ଗଠନ କରାଯାଇଥିଲା । ଉକ୍ତ କ୍ଲଷ୍ଟର ପାଇଁ ଆବଶ୍ୟକୀୟ ଉପକରଣ ଓ ରାଣୀ ମାଛି ପ୍ରଦାନ କରାଯିବା ସହ ପ୍ରତ୍ୟକ ପଞ୍ଚାୟତକୁ ୩୦ଟି ଲେଖା ସେଟ୍ଅପ୍ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲାରିମନ ଖର୍ସେଲ ଓଡିଶା ଜୀବିକା ମିଶନର BTC ବିନୟ ପ୍ରଧାନ ଓ ପଞ୍ଚାୟତ ସ୍ତରୀୟ ମହାସଂଘର ସଭାନେତ୍ରୀ, ସମ୍ପାଦିକା,ଇ.ସି ସଦସ୍ୟା, ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ସରକାର ଙ୍କ ଏହି ଯୋଜନା କୁ ମା ମାନେ ସ୍ଵାଗତ ଜଣାଇ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

