କେନ୍ଦୁଝର ଟାଉନ ଥାନା ସିଲୁଆଁ ଛକ ନିକଟରେ – ଶିଶୁପୁତ୍ର ଉଦ୍ଧାର

ଓଡିଶା ତାଜା ନ୍ୟୁଜ୍‌ (୦୪ ଜୁନ୍ ଗୁରୁବାର ) କେନ୍ଦୁଝର :- ଆଜି ସକାଳୁ କେନ୍ଦୁଝର ଟାଉନ ଥାନା ସିଲୁଆଁ ଛକ ନିକଟରେ କେହି ଜଣେ ଏକ ସଦ୍ୟ ନବଜାତ ଶିଶୁ ପୁତ୍ରକୁ ଫିଙ୍ଗି ଦେଇଥିବାର ଦେଖିବାକୁ ମିଳିଛି । ସକାଳୁ ପ୍ରାତଃ ଭ୍ରମଣରେ ଚାଲୁଥିବା ଲୋକମାନେ ଛୁଆଟିର କାନ୍ଦ ଶୁଣି ପାଖକୁ ଯାଇ ଦେଖିଥିଲେ ।

ଓ ଚାଇଲଡ଼ ଲାଇନକୁ ଖବର ଦେଇଥିଲେ ଶିଶୁପୁତ୍ରଟିକୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଶିଶୁର ପାଟି ଓ ଆଖି ପାଖରେ ପିମ୍ପୁଡ଼ି କାମୁଡ଼ି ଥିବା ଦେଖିବାକୁ ମିଳିଥିଲା । ଏବେ ଶିଶୁଟି ସୁସ୍ଥ ଅଛି ( ରିପୋର୍ଟ-ଯୁବରାଜ ଜଗତ )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version