ଧନୁଯାତ୍ରା ମହୋତ୍ସବର ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ

୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ରାଜ ପୁରୋହିତ ଙ୍କ ପରାମର୍ଶକ୍ରମେ ଚଳିତ ବର୍ଷ ୭୫ ତମ ବର୍ଷ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ର ସଫଳ ଆୟୋଜନ ସକାଶେ ଆଜି ମାର୍ଗଶୀର ଶୁକ୍ଳ ଦ୍ଵିତୀୟା ତିଥିରେ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ରେ ମୁଖ୍ୟ କର୍ତ୍ତା ଭାବେ ବରଗଡ଼ ଜିଲ୍ଲିପାଳ ତଥା ମହୋତ୍ସବ ସମିତି ର ସଭାନେତ୍ରୀ ଶ୍ରୀମତୀ ମୋନୀଷା ବାନାର୍ଜୀ, ମହୋତ୍ସବ ସମିତି ର କାର୍ଯ୍ୟ କାରୀ ସଭାପତି ତଥା ଏସପି ସ୍ମିତ ପର୍ମାର ପୁରୁଷୋତ୍ତମ ଦାଶ ପୂଜା ରେ ବସିଥିଲେ ।

ଏହି ଅବସରରେ ଏକ ଶୋଭାଯାତ୍ରା ମାଁ ସମଲେଶ୍ଵରୀ ଦେବୀଙ୍କ ମନ୍ଦିର ରେ ପରେ ବାହାରି ସହର ପରିକ୍ରମା କରିଥିଲେ।ପରେ ହାଟପଦା ସ୍ଥିତ ସଂଚାର ମଣ୍ଡଳୀ ପଡ଼ିଆରେ ପହଞ୍ଚି ପୂଜା କାର୍ଯ୍ୟ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମ ରେ ମହୋତ୍ସବ ସମିତି ର ଉପ ସଭାପତି ତଥା ଅତି ରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ସମ୍ପାଦକ ସୁରେଶ୍ଵର ଶତପଥୀ ପୈାର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ରାଜେନ୍ଦ୍ର ପ୍ରସାଦ ସିଂ, କିଶୋର ମିଶ୍ର, ଗୋପାଳ ଦାସ, କଂସ ଭୂମିକାରେ ଅଭନେତା ହୃଷିକେଶ ଭୋଇ, ପୈାର ପରିଷଦ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version