ହାଇୱ। ଧକାରେ କଲେଜ ଛାତ୍ରୀ ଗୁରୁତର : ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) କଟକ :- ଗୋବିନ୍ଦପୁର ଥାନା ଅନ୍ତର୍ଗତ ସିମଳଦା ବାଲି ଘାଟରୁ ବାଲି ବୋଝେଇ କରି , ପ୍ରତାପନଗରୀ ଅଭିମୁଖେ ଆସୁଥିବା OD- 18F-2002 ନମ୍ବର ବିଶିଷ୍ଟ ଏକ ହାଇୱ। , କଟକ ଜିଲ୍ଲା ସଦର ଥାନା ଖଲର୍ଦ୍ଧା ବଜାର ଉପରେ, ଆଜି ଶୁକ୍ରବାର ଅପରାହ୍ନ ତିନିଟା ସମୟରେ, OD-05 BC- 9390 ନମ୍ବର ବିଶିଷ୍ଟ ଏକ ସ୍କୁଟିକୁ ପଛରୁ ଧକା ଦେବାରୁ ,ଗୋବିନ୍ଦପୁର କଲେଜର ଜଣେ ଛାତ୍ରୀ ଗୁରୁତର ଆହତହୋଇ , ରାସ୍ତାରେ ପଡି ରହିଥିଲେ। ଗ୍ରାମବାସୀ ଏହା ଦେଖି ସଂଗେ ସଂଗେ 108 କୁ ଡାକି କଟକ ବଡ଼ମେଡିକାଲ ପଠାଇଥିଲେ ।ଝିଅଟି ସ୍କୁଟି ରେ କଲେଜ ରୁ ନିଜ ଘର ବାରଙ୍ଗର ବାଲିପଡାକୁ ଫେରୁଥିଲା ବୋଲି, ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳିଥିଲା । ହାଇୱ। ଚାଳକ ସ୍କୁଟି ସହିତ ଝିଅଟିକୁ 50 ମିଟର ପର୍ଯ୍ୟନ୍ତ ରାସ୍ତାରେ ଘୋଷାଡି ନେଇଥିଲା। ଗୁରୁତର ଛାତ୍ରୀ ଜଣଙ୍କର ନାମ ଶୁଭଲକ୍ଷ୍ମୀ ପଢୀଆରୀ । ତାଙ୍କ ଘର ବାରଙ୍ଗ ବାଲିପଡା ଗ୍ରାମରେ । ପ୍ରତାପନଗରୀ ଠାରୁ ଝାରପଡା ପର୍ଯ୍ୟନ୍ତ କେବି କେନାଲ ରାସ୍ତାରେ, ପ୍ରତି ଦିନ ଶତାଧିକ ବାଲି ବୋଝେଇ ହାଇୱ। ଯା ଆସ କରିବା ଫଳରେ, ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହିତ , ଦୁର୍ଘଟଣା ଘଟି ଅନେକ ଲୋକଙ୍କ ଜୀବନ ଯାଉଛି । ଗୋବିନ୍ଦପୁର କଲେଜ ଅଧ୍ୟକ୍ଷ ଗଗନ ବେଉରା ଘଟଣା ସ୍ଥଳ ରେ ପହଂଚି ରାସ୍ତାରେ ଧାରଣାରେ ବସିଥିଲେ । ଦୁର୍ଘଟଣାର ଖବର ପାଇ କଟକ ସଦର ଥାନା ଆଇ ଆଇ ସି ରଶ୍ମିରଞ୍ଜନ ମହାପାତ୍ର, ଏସିପି ,ବାରଙ୍ଗ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି , ରାସ୍ତା ଅବରୋଧ କାରିଙ୍କ ସହ ଆଲୋଚନା କରିଥିଲେ ।

Exit mobile version