
୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଭାଷାବିଜ୍ଞାନୀ ମାନକୁ ନେଇ ଗଠିତ ଲିଙ୍ଗୁଇଷ୍ଟିକ୍ ସୋସାଇଟି ଅଫ୍ ଇଣ୍ଡିଆର ଆନ୍ତର୍ଜାତୀୟ ସମ୍ମିଳନୀ ପତତମଥର ଓଡ଼ିଶାରେ ବାଂଲାଦେଶ, କାନାଡା, ଜର୍ମାନୀ, ଜାପାନ, ଜୋର୍ଡାନ, କୁଏତ, ନେପାଳ, ପୋଲାଣ୍ଡ, ସାଉଦି ଆରବ, ୟୁକ୍ରେନ, ଭାରତ ଏବଂ ଆମେରିକା ଭଳି ଆନେକ ଦେଶରୁ ବହୁ ପ୍ରତିନିଧି ଯୋଗ ଦେଇଛନ୍ତି । ଉଦ୍ଘାଟନୀ ଅଧିବେଶନରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଭାଷାର ପରିବ୍ୟାପ୍ତି ବିଷୟରେ ବିସ୍ତୃତଭାବେ ବୁଝାଇ କହିଥିଲେ ଯେ ଭାଷା ବ୍ୟବହାର ପାଇଁ ଲିପି ହୁଏତ ଏକ ମାଧ୍ୟମ ହୋଇପାରେ ହେଲେ ମନରଭାଷା, ମସ୍ତିସ୍କର ଭାଷା, ଇସାରର ଭାଷା ଆଦି ବ୍ୟବହାରରେ ଲିପିର ଆବଶ୍ୟକତା ନଥାଏ, ଭାଷା କିଭଳି, କେମିତ, କାହିଁକି, କେଉଁଠାରେ କୁହାଯାଉଛି ତାହାହିଁ ବଡକଥା । ସେ ସଂସ୍କୃତ, କୋରିଆ, ହିବ ଭାଷାର ଉଧାରଣ ଦେଇ ମାତୃଭାଷାର ମହତ୍ଵ କଥା କହିଥିଲେ । ଭାସଯୋଡ଼େ , ଭାଷାଗଢେ ବୋଲି ମତଦେଇ ପ୍ରଫେସର ଗଣେଶୀ ଲାଲ ଏହି ଆନ୍ତର୍ଜାତୀୟ ସମ୍ମିଳନୀର ସଫଳତା କାମନା କରିଛନ୍ତି ।

