Home ଓଡ଼ିଶା ବୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ର ଅଗ୍ରଗତି ଉପରେ ବିଧାନସଭାରେ ପ୍ରଶ୍ନ କଲେ – ଦଶପଲ୍ଲା ବିଧାୟକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଉପରେ ବିଧାନ ସଭାରେ ବିଭିନ୍ନ ପ୍ରଶ୍ନ ପଚାରି ଚର୍ଚ୍ଚାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ବଢୁଛି ଦଶପଲ୍ଲା ବିଧାୟକ ଙ୍କ ଲୋକ ପ୍ରୀୟତା । ବୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ର ଅଗ୍ରଗତି ସବିଶେଷ ତଥ୍ୟ ପାଇଁ ବିଧାନ ସଭାରେ ବିଭାଗୀୟ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ତାରକା ପ୍ରଶ୍ନ ସଂଖ୍ୟା ୨୯ ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲା ବ୍ଲକ୍ ଠାରେ ବହୁ ପ୍ରତିକ୍ଷୀତ ବୃତ୍ତଙ୍ଗ ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆବଶ୍ୟକ ଷ୍ଟେଜ – ୧,ଷ୍ଟେଜ – ୨ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ର ବର୍ତ୍ତମାନ ସ୍ଥିତି କଣ ତାହାର ସବିଶେଷ ତଥ୍ୟ ଏବଂ କ୍ଷତି ପୂରଣ ବନୀକରଣ ପାଇଁ କେତେ ଜମି ଓ କେତେ ସଂଖ୍ୟାରେ ବୃକ୍ଷରୋପଣ କରିବାର ଆବଶ୍ୟକତା ଅଛି ଏବଂ ଏ ଦିଗରେ ନୟାଗଡ ଜିଲ୍ଲାର କେଉଁ କେଉଁ ଫରେଷ୍ଟ ରେଞ୍ଜ ଓ ତହସିଲ ରେ କେତେ ପରିମାଣର ଜଙ୍ଗଲ ଜମି ଚିହ୍ନଟ କରାଯାଇଛି ଓ ସେଥିରେ କେତେ ପରିମାଣରେ ବୃକ୍ଷରୋପଣ କରାଯାଇ ପାରିବ କେତେ ପରିମାଣର ଜଙ୍ଗଲ ଜମିକୁ କେଉଁ କେଉଁ ଜିଲ୍ଲାରେ ଚିହ୍ନଟ କରାଯାଇଛି ତାହାର ସବିଶେଷ ତଥ୍ୟ ପ୍ରଦାନ ପାଇଁ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଶ୍ନ କରିଥିଲେ। ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ବୃତଙ୍ଗ ବୃହତ୍ ଜଳ ସେଚନ ପ୍ରକଳ୍ପ ର ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ନିକାସ ପ୍ରାପ୍ତ ହୋଇଅଛି । ଦ୍ଵିତୀୟ ପର୍ଯ୍ୟାୟ ଜଙ୍ଗଲ ନିକାସ କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ବିଭାଗକୁ ପ୍ରେରଣ କରାଯାଇଥିଲା ଏବଂ ଏହା ଉପରେ କେତେକ ଆପତ୍ତି ପ୍ରାପ୍ତ ହୋଇଥିଲା । ଉକ୍ତ ଆପତ୍ତି ଗୁଡ଼ିକ ଅନୁପାଳନ କରି ବନଖଣ୍ଡ ଅଧିକାରୀ ନୟାଗଡ ଙ୍କ ନିକଟକୁ ପ୍ରେରଣ କରାଯାଇଛି । ଉକ୍ତ ପ୍ରକଳ୍ପର ପର୍ଯ୍ୟବରଣ ନିକାସ ୨୦୧୬ ମସିହା ପର୍ଯ୍ୟନ୍ତ ବୈଧତା ଥିଲା । ପରବର୍ତ୍ତୀ ପର୍ଯ୍ୟାବରଣ ନିକାସ ନିମନ୍ତେ ନିବେଦନ ର ନିବନ୍ଧନ କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରୁ ଅନୁମୋଦନ ପ୍ରାପ୍ତ ହୋଇଛି । ଏହାର ପରିବେଶ ପରିଚାଳନା ଯୋଜନା ଓ ପରିବେଶ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ଟେଣ୍ଡର ଆହ୍ବାନ କରିବା ପାଇଁ ଯୋଜନା ଚାଲୁ ରହିଅଛି । ପ୍ରଥମ କ୍ଷତିପୂରଣ ବନୀକରଣ ନିମନ୍ତେ ହେକ୍ଟର ପ୍ରତି ୩୦୦ ଗଛ ଲଗାଇବା ପାଇଁ ପରିକଳ୍ପନା କରାଯାଇଥିଲା ମାତ୍ର ପୁନଃ ସଂଶୋଧନ ପରିକଳ୍ପନା ରେ ହେକ୍ଟର ପ୍ରତି ୧୦୦୦ ଗଛ ଲଗାଇବା ପାଇଁ ସ୍ଥିରୀକୃତ ହୋଇଛି । ସେଥିପାଇଁ ନୟାଗଡ ବନଖଣ୍ଡ ଅଧିକାରୀ ରେଞ୍ଜର ମାନଙ୍କୁ ପ୍ରାୟ ୧୫୨୪.୧୭ ହେକ୍ଟର ବନୀକରଣ ଜମି ଯାଞ୍ଜ କରି ହେକ୍ଟର ପ୍ରତି ୧୦୦୦ ଗଛ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗଣିଆ ରେଞ୍ଜ ଓ ତହସିଲରେ ୪୪୩.୬୨ , ମହିପୁର ରେଞ୍ଜ ଓ ନୂଆଗାଁ ତହସିଲ ରେ ୨୭୮.୮୪ ହେକ୍ଟର ଜମିରେ ବନୀକରଣ ହେବ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026