ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ, ଧାରଣା

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡିଶା ମହିଳା ଅଙ୍ଗନବାଡି ୱାର୍କରସ ଆସୋସିଏସନ ତରଫରୁ ଅଙ୍ଗନବାଡି କର୍ମଚାରୀ ମାନ ଙ୍କ ସମସ୍ୟା ସମ୍ମିଳିତ ବିଭିନ୍ନ ଦାବୀ ନେଇ ନୂଆଗଡ ବ୍ଳକ ର ସମସ୍ତ ଅଙ୍ଗନବାଡି କର୍ମୀ ରାଜ ରାସ୍ତା କୁ ଉଲ୍ଲାଇ ଆନ୍ଦୋଳନ କରିବା ଶହ ଆଇ ସି ଡ଼ି ଏସ ଅଫିସ୍ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା । ଅଙ୍ଗନବାଡି କେନ୍ଦ୍ର ର ସମସ୍ତ ମହିଳା କର୍ମଚାରୀ ମାନେ ଏକତ୍ରିତ ଭାବେ ବିରାଟ ରାଲିରେ ନୂଆଗଡ ଶିଶୁ ମନ୍ଦିର ସମ୍ମୁଖରୁ ବାହାରି ସ୍ଥାନୀୟ ବ୍ଲକ୍ ସମ୍ମୁଖରେ ପହଞ୍ଚିଥିଲେ । ଅଙ୍ଗନୱାଡି କର୍ମୀ ଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା, ମାସିକ ବେତନ ୧୮୦୦୦ ଟଙ୍କା କୁ ବୃଦ୍ଧି ଏବଂ ସହାୟିକା ଙ୍କୁ ୯୦୦୦ ବେତନ ଦିଆଯିବା, ମିନି କର୍ମୀ ମାନଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀ ଭାବେ ଘୋଷଣା କରିବା, କର୍ମୀ ମାନଙ୍କ EPF ESIC ଏବଂ Gratuty ଲାଗୁକରିବା ସହ ଅନ୍ୟାନ୍ୟ ଦାବୀ ଗୁଡ଼ିକୁ ମାଇକରେ ସ୍ଲୋଗାନ ଦେଇ ନୂଆଗଡ ବଜାର ପରିକ୍ରମା କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ସମ୍ବଳିତ ଦାବୀ ପତ୍ର ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଦେଇଥିଲେ ।

ବିଗତ ଦିନ ମାନଙ୍କରେ ଅନେକ ଥର ରାଜ୍ୟ ସରକାରଙ୍କୁ ଗୁହାରୀ କରିଛୁ କିନ୍ତୁ ଆମ ଗୁହାରୀ ସରକାର ଶୁଣୁନାହାନ୍ତି, ପରିଶ୍ରମ ଅଧିକା କରୁଥିବା ବେଳେ ବେତନ କମ ଦେଉଛନ୍ତି… ଯଦି ଆମ ଦାବି ସରକାର ପୂରଣ ନ କରନ୍ତି ଆମ ଆସୋସିଆସନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ। ଉକ୍ତ ରାଲି ଓ ଧାରଣା ରେ ଗଜପତି ଜିଲ୍ଲା ଅଙ୍ଗନୱାଡ଼ି ସଭାନେତ୍ରୀ ଯୋତ୍ସନାରାଣୀ ପାଣିଗ୍ରାହୀ, ବ୍ଲକ୍ ସଭାନେତ୍ରୀ ସୁଜାତା ମାଝୀ, ମରୀୟମ ରଇତ ପରିଚାଳନା କରୁଥିବା ବେଳେ ବ୍ଲକ୍ ର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଯୋଗ ଦେଇଥିଲେ ।

Exit mobile version