ଗ୍ରାମ୍ୟ ଜଙ୍ଗଲ ଜମିରୁ ଜବରଦଖଲ ଉଛେଦ ପାଇଁ ଗ୍ରାମବାସୀଙ୍କ ତହସିଲଦାରଙ୍କୁ ନିବେଦନ

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ତହସିଲ କାର୍ଯ୍ୟାଳୟ ଅଧିନ ଲକ୍ଷ୍ମୀପୁର ଗ୍ରାମ ପାଖରେ ଥିବା ଗ୍ରାମ୍ୟ ଜଙ୍ଗଲ ଜମିକୁ କେହିଁ ଜଣେ ବେଆଇନ ଭାବେ ଜବରଦଖଲ କରିଥିବା ଅଭିଯୋଗ କରି ଆଜି ଲକ୍ଷ୍ମୀପୁର ଗ୍ରାମବାସୀ ଏହାକୁ ଉଛେଦ କରିବା ପାଇଁ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ତାହାର ସମାଧାନ କରିବା ନେଇ ନିବେଦନ କରିଛନ୍ତି । ସୂଚନା ଅନୁସାରେ ଏହି ଗ୍ରାମ୍ୟଜଙ୍ଗଲ ଜମି ଗ୍ରାମବାସୀ ମାନେ ବିଭିନ୍ନ ପ୍ରକାର ଚାଷୀ କାର୍ଯ୍ୟ ଓ ଗୋରୁଗାଈ ବ୍ୟବହାର କରି ଆସୁଛନ୍ତି ।

ସେହି ଗ୍ରାମ୍ୟଜଙ୍ଗଲ ଜମିକୁ କେହିଁ ଜଣେ ଜବରଦଖଲ କରି ଜମିକୁ ନିଜ ଅକ୍ତିଆର କରିଥିବାରୁ ଲକ୍ଷ୍ମୀପୁର ଗ୍ରାମବାସୀ ମାନେ ବହୁ ଅସୁବିଧାର ସମ୍ମୁଖ୍ୟନ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ଏହାକୁ ଉଛେଦ କରିବା ପାଇଁ ଗ୍ରାମର ଶତାଧିଂକ ଲୋକ ତହସିଲ କାର୍ଯ୍ୟାଳୟରେ ପହଂଚି ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି । ତେବେ ଏସମ୍ପର୍କରେ ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କୁ ପଚାରିବାରୁ ସେଏ କହିଥିଲେ ଯେ ଲୋକେ ଏସମ୍ପର୍କରେ ମତେ ଅଭିଯୋଗ କରିଛନ୍ତି ତଦନ୍ତ କରିବା ପରେ ହିଁ ପ୍ରକୃତ ସତ୍ୟ ବାହାରକୁ ଆସିବ ।ବୈପାରିଗୁଡା ଆରଆଇଙ୍କୁ ଘଟଣା ବିଷୟରେ କୁହାଯାଇଛି ଆରଆଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ପେରିବା ପରେ ହିଁ କହି ହେବ ବୋଲି କହିଥିଲେ ।

Exit mobile version