Home ଓଡ଼ିଶା ଯାଜପୁର ଜିଲା ଓମ୍ଫେଡ୍ ଏଜେଂଟ ସଂଘର ବୈଠକ ଜାନୁଆରୀ ୧୧ରେ ହେବ ବାର୍ଷିକୋତ୍ସବ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) କୋରାଇ :- ଶାଳପଡା ଡାଏରୀ ଅଧିନସ୍ତ ଯାଜପୁର ଜିଲା ଓମ୍ଫେଡ୍ ଏଜେଂଟ ସଂଘର ଏକ ଜରୁରୀ କାଳୀନ ବୈଠକ ଆଜି ଶଙ୍ଖଚିଲା ମା’ହିଙ୍ଗୁଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ତ୍ରିଲୋଚନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ମଳୟକୁମାର ମଲ୍ଲିକ ସଂଚାଳନା କରିଥିଲେ । ସଂଘର ସଭାପତି ତାରାକାନ୍ତ ସାମଲ ଯୋଗଦେଇ ସରକାର ଦଗ୍ଧ ଚାଷୀ ଓ ପେପର ହକରଙ୍କୁ କରୋନା ସହାୟତ ଦେଇଥିଲା ବେଳେ କ୍ଷୀର ବିକ୍ରେତା(ଓମ୍ଫେଡ୍ ଏଜେଂଟ)ଙ୍କୁ କୌଣସି ସହାୟତା ନଦେବା ଏକ ଦୁଃଖର ବିଷୟ ବୋଲି କହିଥିଲା ବେଳେ ତୁରନ୍ତ ଏନେଇ ସଂଘପକ୍ଷରୁ ଉଚ୍ଚକର୍ତପକ୍ଷଙ୍କୁ ଏକ ପ୍ରତିନିଧିମଣ୍ଡଳୀ ଭେଟି ଆଲୋଚନା କରିବାକୁ କହିଥିଲେ । ସଂଘର ସଂପାଦକ ଅଜୟକୁମାର ମଲ୍ଲିକ ଏଜେଂଟମାନଙ୍କର ଇନ୍ସ୍ୟୁରାନ୍ସ ଓ କମିସିନ ଅର୍ଥ ଆଦି ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଆସନ୍ତା ଜାନୁୟାରୀ ୧୧ତାରିଖ ଦିନ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ହୃଷିକେଶ ସାହୁ, ତପନକୁମାର ପଣ୍ଡା, ଶରତଚନ୍ଦ୍ର ସାହୁ, ବିଷ୍ଣୁଭଗବାନ ଦାସ, ପ୍ରଫୁଲ୍ଲ କୁମାର ସାହୁ, ମାଧବାନନ୍ଦ ସାହୁ, ତପନ ଶତପଥୀ, ବିଦ୍ୟାଧର ସାହୁ, ପରମେଶ୍ୱର ନାୟକ, ଅଜୟକୁମାର ଦାସ, ଉମାକାନ୍ତ ସେଠୀ, ବିଷ୍ଣୁଚରଣ ସାହୁ, ନିଗମାନନ୍ଦ ପଟ୍ଟନାୟକ, ତପନ ବରାଳ, କାଳିଆ ପ୍ରସାଦ ସ୍ୱାଇଁ, ଭରତ କିଶୋର ସାହୁ ପ୍ରମୁଖ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠତ ବୈଠକରେ ସଂଘର ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ସାମିଲ ହୋଇଥିଲେ । ଶେଷରେ ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଯାଜପୁର, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026