କବାଡିଆ ଗୋଦାମରେ ବିସ୍ଫୋରଣ ସହ ଭୟଙ୍କର ଅଗ୍ନିକାଣ୍ଡ

୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କବାଡିଆ ସାମଗ୍ରୀ ପୋଡି ପାଉଶଁ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ ନିଆଁକୁ ଲିଭାଇବା ପାଇଁ ୬ଦମକଳ, ଘଟଣା ସ୍ଥଳେ ସୁରକ୍ଷା ପାଇଁ ୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ୨୦ନମ୍ବର ଜାତୀୟରାଜପଥ ଧନେଶ୍ୱର ଛକ ନିକଟରେ ଥିବା ଏକ କବାଡିଆ ଗୋଦାମରେ ଦିନ ପ୍ରାୟ ସାଢେ ୧୧ଟା ବେଳେ ନିଆଁ ଲାଗିଲାଯାଇଥିଲା । ଅଗ୍ନିକାଣ୍ଡ ଭୟଙ୍କର ବିସ୍ପୋରଣ ହେବା ସହ ନାଆଁର ପ୍ରକୋପ ଓ ଧୂଆଁର ମାତ୍ରା ଏତେ ବ୍ୟାପକ ଥିଲା ଯେ; ତାହାମଧ୍ୟ ଲୋକେ ପସି ନିଆଁକୁ ଲିଭାଇବା ସମ୍ଭବ ହୋଇନଥିଲା । ନିଆଁକୁ ଲିଭାଇବା ପାଇଁ ୬ଗୋଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ ଦୀର୍ଘସମୟ ପରେ ତାହକୁ ଆୟତ କରଥିଲେ । ଖବର ପାଇ ଘଟଣାସ୍ଥଳେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁରର ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର, ବ୍ୟାସନଗର ତହସିଲ ଦାର ଅଶୋକ ମାଝୀ, ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ପହଂଚିଥିଲା ବେଳେ କୋରଇ ଥାନାର ଭାରପ୍ରାପ୍ତ ଅଧିକାରୀ ସଂଘମିତ୍ରା ନାୟକ ନାୟକ ଓ ପାଣିକୋଇଲି ଥାନାଅଧିକାରୀ ପ୍ରମୁଖ ପୁଲିସ ବାହିନୀ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ ।

ଅଗ୍ନିକାଣ୍ଡ ସ୍ଥଳଟି ଲୋକରଣ୍ୟ ହୋଇଯାଇଥିବାରୁ ଲୋକ ମାନଙ୍କୁ କଂଟ୍ରୋଲ କରିବା ପାଇଁ ୨ପ୍ଲାଟୁନ ପୁଲସ ବାହିନୀ ମୁତୟନ କରାଯାଇଥିଲା । କବାଡିଆ ଗୋଦାମର ମାଲିକ ଗୁଜୁରାଟ ଅଂଚଳର ମନସୁର ଚୌଧୁରୀ । ସେ ଦୁଇବର୍ଷ ତଳେ ଆସି ୨୦ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଏହି କବାଡି ଗୋଦମ କରି କଳିଙ୍ଗନଗର ଶିଳ୍ପାଂଚଳରୁ ଆସୁଥିବା ଛିଡା ଅଖା, ପ୍ଲଷ୍ଟିକ ଆଦି କିଣୁଥିଲେ ।

ଏଥି ସହିତ ସ୍ଥାନୀୟ ଅଂଚଳର ଗାଁଗଣ୍ଡାରୁ ସଂଗ୍ରହକରି ଆଣିଥିବା ବୁଲାବିକାଳୀମାନଙ୍କ ଠାରୁ ଲୁହାଲତା, ଡବା,ଟିଣ, ପ୍ଲ୍‌ାଷ୍ଟିକ ଆଦି କବାଡିଆ ସାମଗ୍ରୀ କିଣିଥାନ୍ତି । ଏହି ଅଗ୍ନିକାଣ୍ଡରେ ଗୋଦାମଟି ୭୦ପ୍ରତିଶତ ପୋଡି ଯାଇଥିଲା ବେଳେ କିଣାଯାଇ ଗଛିତଥିବା ୩୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର କବାଡିଆ ସମଗ୍ରୀ ପୋଟି ଯାଇଥିବା ଅନୁମାନ କରାଯାଉଛି । ନିଆଲଇଭାଇଲା ବେଳେ ଦୁଇଜଣ ଦମକଳ କମଚାରୀ ନିଆଁ ଲାଭି ସୁକାନ୍ତ ପ୍ରଧାନ, ଧନଞ୍ଜୟ ପାତ୍ର ଆହତ ହୋଇଛନ୍ତି । ଅଗ୍ନିକାଣ୍ଡ ଘଟିବାର କାଣର ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ହେଲେ କିଣାଯାଇଥିବା ବାରୁଦ ଡବା କିମ୍ବା ଗ୍ୟାସ ଟାଙ୍କି ବିସ୍ପୋରଣ ଘଟି ଏହି ଅଗ୍ନାକାଣ୍ଡ ଘଟିଥିବା ପ୍ରତ୍ୟକ୍ଷଦର୍ଶିଙ୍କ ମଧ୍ୟରେ ଆଲୋଚନା ହେଉଛି ।

Exit mobile version