ଆମ୍ ଆଦମୀ ପାଟି ତରଫରୁ ବିରିକୋଟ ଠାରେ ଜନ ସଚେତନ ଶିବିର

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ତା ୨୩:୧୧:୨୦୨୨ ରିଖ ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ଠାରେ ଜନ ସଚେତନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆପ୍ ଓଡ଼ିଶା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରାଜୁ ମଲ୍ଲିକ ଓ ବ୍ରହ୍ମପୁର ଲୋକସଭା ସଙ୍ଗଠକ ଶ୍ରୀ ସୁଜୋୟ ଆଚାର୍ଯ୍ୟ ଆୟୋଜନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ପାଷ୍ଟର ଖ୍ରିଷ୍ଟ ସୋଲୋମନ,ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ, ଗଞ୍ଜାମ ଜିଲ୍ଲା ଆବାହକ ସୁବାସ ଚନ୍ଦ୍ର ରାଉତ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ମୋହନା ଅଞ୍ଚଳର ବରିଷ୍ଠ ଆଇନଜୀବି ଦୁର୍ଯ୍ୟୋଧନ କରାଡ ଯୋଗ ଦେଇଥିଲେ।ନୂଆଗଡ ବ୍ଲକ ଆବାହକ ଯୋସିୟ ରାଇକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ପାଷ୍ଟର ଜନ୍ ମଲ୍ଲିକ,ଲାଜାର ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Exit mobile version