ସମ୍ପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ଓସେପା ଟିମ୍

୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସମ୍ପଡା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଓସେପା ଟିମ । ଓସେପା ର ଡେପୁଟି ଡ଼ାଇରେକ୍ଟର ମହେଶ୍ୱର ସାହୁ ଏବଂ ଅଫିସ ଆସିଷ୍ଟାଣ୍ଟ ସୁମିତ କୁମାର ଦାସ ସମ୍ପଡା ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଦ୍ୟାଳୟରେ ଏଲ ଆର୍ ପି ,ଏଫ୍ ଏଲ ଏନ୍ କାର୍ଯ୍ୟକ୍ରମ କିପରି ଚାଲିଛି ପୁଙ୍ଖାନୁପୁଙ୍ଖ ଭାବେ ପଚାରି ବୁଝିବା ସହ ପୁସ୍ତକ ,ଟି ଏଲ ଏମ କର୍ଣ୍ଣର ଦେଖିଥିଲେ ।ବିଦ୍ୟାଳୟରେ ସମସ୍ତ କାର୍ଯ୍ୟକ୍ରମ ସଠିକ୍ ଭାବେ ଚାଲୁଥିବାରୁ ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ । ଓସେପା ଟିମ୍ ଦ୍ଵାରା ବିଦ୍ୟାଳୟ ପରିଦର୍ଶନ ସମୟରେ ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରା ଙ୍କ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Exit mobile version