୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ସଦରଥାନା ଅନ୍ତର୍ଗତ ବାଲିକୁଦା ଗ୍ରାମର ସମାଜ ସେବୀ ସ୍ୱର୍ଗତା ରଜନୀ ସେଠୀଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉସ୍ଚବ ବୁଧବାର ଦିନ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ରଜନୀଙ୍କ ପୁଅ ସାମାଜିକ କର୍ମୀ ତଥା ଆମ୍ବେଦକର ସ୍ମୃତି ପରିଷଦର ସଭାପତି, ସୁକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସ୍ମୃତି ସଭାରେ ଆଇନଜୀବୀ ନରୋତ୍ତମ ପଣ୍ଡା , ବୈଶିଷ୍ଟ ପଟ୍ଟନାୟକ, 
ପ୍ରତାପ ସାହୁ, ବରିଷ୍ଠ ସାମ୍ବାଦିକ ଭକ୍ତି ଭୁଷଣ ମହାନ୍ତି, ସାମ୍ବାଦିକ ଅମୂଲ୍ୟ କୁମାର ବାରିକ, ବଳରାମ ନାୟକ, ବିଶ୍ୱଜିତ ଧଳ,ପ୍ରତାପ ସେନାପତି, ଅଶୋକ ଦାସସାମାଜସେବୀ ଅଶିତ ପଶାୟତ, ସନ୍ତୋଷ ସାମନ୍ତରାୟ , ନାରୀନେତ୍ରୀ ଅନୁରାଧା ମିଶ୍ର, ଖୁଲଣା ମାଝୀ , ଅନିମା ନାୟକ , ବାଲିକୁଦା ପୂଜା କମିଟିର ସଂପାଦକ ଶରତ ଚନ୍ଦ୍ର ଭୂୟାଁ, ପାଇକସାହି ଗ୍ରାମ୍ୟ କମିଟିର ସଭାପତି ଦିଲିପ ସ୍ୱାଇଁ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତା ରଜନୀ ସେଠୀଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଫଟୋଚିତ୍ର ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଧ୍ୟାତ୍ମିକ ଗୁରୁ ରବିନ୍ଦ୍ର ଭୋଇ ଏବଂ ତାଙ୍କର ସାଥିମାନେ ଆଧ୍ୟାତ୍ମିକ ଭଜନ ପରିବେଷଣ କରିଥିଲେ । ଦୂର୍ଗା ଚରଣ ସେଠୀ,ସପନ କୁମାର ବେହେରା, ବୃନ୍ଦାବନ ସେଠୀ, କାଳନ୍ଦି ସେଠୀ, କାର୍ତ୍ତିକ ସେଠୀ, ଚୈତନ୍ୟ ସାମଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆୟୋଜିତ ଉସ୍ଚବର ବିଭିନ୍ନ ଅଞ୍ଚଳର ମରବୀ ଯୁବକ ମାନେ ଯୋଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

