Home ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀଙ୍କ ନିର୍ଦ୍ଦେଶରେ ବିଜେଡି ବୈଠକ ଆୟୋଜନ କରିଥିବା ପ୍ରସଙ୍ଗରେ ବିଜୁ ଜନତା ଦଳର କାମ କଲେ, ଚାକିରୀରୁ ବିଦା ହେଲେ : ଡ.ଲେଖାଶ୍ରୀ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp 1. ୩ ଜଣ ଅଧ୍ୟାପକଙ୍କୁ ଚାକିରୀରୁ ନିଲମ୍ବନ କଲେ ବରଗଡ ଜିଲ୍ଲାପାଳ 2. ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପଦ୍ମପୁର ଉପନିର୍ବାଚନରୁ କେବେ ବାଦ୍ ଦିଆଯିବ ? 3. ଶାସକ ଦଳର ପ୍ରଲୋଭନରେ ସରକାରୀ ଚାକିରୀଆ ନଆସି ତାଙ୍କ ଦାୟିତ୍ୱ ତୁଲାନ୍ତୁ ଓ ରାଜନୀତିରୁ ନିବୃତ ରୁହନ୍ତୁ 4. ସମ୍ବିଧାନକୁ ମାନିବାକୁ ଓ ଗଣତନ୍ତ୍ରକୁ ସ୍ୱୀକାର କରିବାକୁ ରାଜି ନୁହଁ ବିଜେଡି ୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଗତ ନଭେମ୍ବର ୧୯ତାରିଖ ରାଜ୍ୟର ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀ ରୋହିତ ପୂଜାର ଗୋଟିଏ ସରକାରୀ ସ୍କୁଲ ଏବଂ ସରକାରୀ କଲେଜ ପରିସର ଭିତରେ ସରକାରୀ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ ଓ ପ୍ରାଧ୍ୟାପକ ସହ ବୈଠକ କରିଥିଲେ । ଏହି ବୈଠକରେ ପଦ୍ମପୁର ଉପ ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରାଯିବା ସହିତ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରାଯିବାକୁ ମନ୍ତ୍ରୀ ଶ୍ରୀ ପୁଜାରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକକୁ ପଦ୍ମପୁର ଅଂଚଳ କଲେଜର ଇତିହାସ ବିଭାଗ ଅଧ୍ୟାପକ କୃଷ୍ଣମୋହନ ପଣ୍ଡା, ମାଣ୍ଡୋସିଲ୍ ଡିଗ୍ରୀ କଲେଜର ପ୍ରିନ୍ସିପାଲ (ଇନ୍ଚାର୍ଜ) ବିନୟ ରଞ୍ଜନ ପଣ୍ଡା, ଡଭା ଉଚ୍ଚ ମାଧ୍ୟମିକ ସ୍କୁଲର ରାଜନୀତି ବିଜ୍ଞାନର ଅଧ୍ୟାପକ ସୁଧୀର କୁମାର ରଥ ପ୍ରମୁଖ ଆୟୋଜନ କରିଥିଲେ । ଜଣେ ସରକାରୀ କର୍ମଚାରୀ ହୋଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା କାରଣରୁ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ପ୍ରଥମେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବରଗଡ ଜିଲ୍ଲାପାଳ ଏବଂ ପରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରାଯାଇଥିଲା । ବିଜେପିର ଅଭିଯୋଗ ସତ୍ୟ ବୋଲି ତଦନ୍ତ ପରେ ଜଣା ପଡିବା ପରେ ଆଇନ ଅମାନ୍ୟକାରୀ ତିନି ଜଣ ସରକାରୀ ଶିକ୍ଷକ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀଙ୍କ ନିର୍ଦ୍ଦେଶରେ ନିଲମ୍ବିତ ଶିକ୍ଷକମାନେ ବିଜୁ ଜନତା ଦଳର କାମ କଲେ ଏବଂ ଚାକିରୀରୁ ବିଦା ହେଲେ । ଆଗକୁ ମଧ୍ୟ ସରକାରୀ କର୍ମଚାରୀ ଯଦି ଶାସକ ବିଜେଡି ସପକ୍ଷରେ ଭୋଟ କାର୍ଯ୍ୟ କରିବେ, ତାହେଲେ ସେମାନେ ମଧ୍ୟ ନିଜ ନିଜ ଚାକିରୀରୁ ବିଦା ହେବେ । ଶାସକ ଦଳର ପ୍ରଲୋଭନରେ ସରକାରୀ ଚାକିରୀଆ ନଆସି ତାଙ୍କ ଦାୟିତ୍ୱ ତୁଲାନ୍ତୁ ଓ ରାଜନୀତିରୁ ନିବୃତ ରୁହନ୍ତୁ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଯେଉଁ ଯେଉଁ ସ୍ଥାନରେ ଶାସକ ବିଜେଡି ଦ୍ୱାରା ନିର୍ବାଚନ ଆଚରଣ ବିଧି ଉଲଘଂନ ହେଉଛି, ବିଜେପି ସବୁବେଳେ ତଥ୍ୟ ଓ ପ୍ରମାଣ ସହିତ ଯଥାର୍ଥ ଅଭିଯୋଗ ସିଇଓଙ୍କ ନିକଟରେ କରିଥାଏ । ବିଜେପିକୁ ମିଛ ବୋଲି କହୁଥିବା ଶାସକ ବିଜେଡିକୁ ଏହା ଏକ ଶକ୍ତ ଚାପୁଡା । ସେହିପରି ଉପରୋକ୍ତ ଘଟଣାରେ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କ ଉପରେ ସିଇଓ କେବେ କାର୍ଯ୍ୟାନୁଷ୍ଠାନ ନେବେ ଏବଂ ପଦ୍ମପୁର ଉପନିର୍ବାଚନରୁ କେବେ ବାଦ୍ ଦେବେ ଏହାର ଜବାବ ମଧ୍ୟ ସିଇଓ ରଖିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି । ଦେଶର ଜନସାଧାରଣ ଗଣତନ୍ତ୍ର ଅନୁସାରେ କାର୍ଯ୍ୟ କରନ୍ତି ଓ ସମ୍ବିଧାନ ହେଉଛି ସର୍ବୋଚ ପୁସ୍ତକ । କିନ୍ତୁୁ ୨୨ବର୍ଷ ଓଡ଼ିଶାରେ ଶାସନ କରୁଥିବା ଅହଂକାରୀ ବିଜୁ ଜନତା ଦଳ ସମ୍ବିଧାନକୁ ମାନିବାକୁ ନା ଗଣତନ୍ତ୍ରକୁ ସ୍ୱୀକାର କରିବାକୁ ରାଜି ନୁହ । ନିର୍ବାଚନ ଆସିଲେ ଶାସକ ଦଳ ଆଇନ ଉଲଘଂନର ପେଡି ଖୋଲିଦିଏ । ଯାହା ଏବେ ପଦ୍ମପୁର ଉପନିର୍ବାଚନରେ ଦେଖିବାକୁ ମିଳିଛି । ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷିରେ ବିଜୁ ଜନତା ଦଳର ଅନୈତିକ, ଅସାମ୍ବିଧାନିକ, ବ୍ୟଭିଚାର, ଅଗଣତାନ୍ତ୍ରିକ ଏବଂ ବେଆଇନ ଭାବରେ ନିର୍ବାଚନ ପ୍ରଚାରର ଗତିବିଧିକୁ ଓଡିଶାର ବିରୋଧୀ ଦଳଭାବେ ସର୍ବଦା ସମ୍ପୂର୍ଣ୍ଣ ଦାୟିତ୍ୱର ସହ ସିଇଓଙ୍କ ପାଖରେ ରଖିଥିବା ଡ.ଲେଖାଶ୍ରୀ କହିଛନ୍ତି । ଏହି ଅବସରରେ ଗଣମାଧ୍ୟମ ରାଜ୍ୟ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍ ଉପସ୍ଥିତ ଥିଲେ । Categories: ଓଡ଼ିଶା, ବରଗଡ଼, ରାଜନୀତି, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026