Home ଓଡ଼ିଶା ରାଜ୍ୟ ସରକାର କେନ୍ଦୁପତ୍ରରୁ ଦୁଇ ଶହ କୋଟି ଟଙ୍କା ଆୟ କରୁଛନ୍ତି କିନ୍ତୁ କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀଙ୍କ ଦୁଃଖ ବୁଝୁନାହାନ୍ତି : ପ୍ରଦୀପ ପୁରୋହିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp 1. କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଗୋଛା କଟାଳୀ, ସିଜନାଲ ଷ୍ଟାଫଙ୍କୁ ଓଡିଶା ସରକାର ଅବହେଳିତ, ଅଣଦେଖା ଓ ପ୍ରତାରଣା କରିଚାଲିଛନ୍ତି 2. ମୁଖ୍ୟମନ୍ତ୍ରୀ ୨୦୧୩ ମସିହା ଜାନୁୟାରୀ ୧୩ରେ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତାବଳୀ ଲାଗୁହେବ ପାଇଁ ଘୋଷଣା କରିଥିଲେ । ସେ ଘୋଷଣା କୁଆଡେ ଗଲା? 3. କରୋନା ମହାମାରୀ ସମୟରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କୁ ମିଳୁଥିବା ବୋନସକୁ ୨ ବର୍ଷ ପାଇଁ ସମ୍ପୃର୍ଣ୍ଣ ବନ୍ଦ କରିଥିଲେ 4. ରାଜ୍ୟ ସରକାର ନିଜେ କେନ୍ଦୁପତ୍ର ଉପରେ ନେଉଥିବା ୯ ପ୍ରତିଶତ ଜିଏସଟି ଟିକସ ଛାଡ କରନ୍ତୁ 5. ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଦ୍ୱାରା ଦାବି କରାଯାଇଥିବା ୨୦୦ କୋଟି ଟଙ୍କାର ପ୍ୟାକେଜ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ? ୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ପଦମପୁର :- ରାଜ୍ୟ ସରକାର କେନ୍ଦୁପତ୍ରରୁ ବର୍ଷକୁ ଦୁଇ ଶହ କୋଟି ଟଙ୍କା ଆୟ କରୁଛନ୍ତି କିନ୍ତୁ କେନ୍ଦୁପତ୍ର ଶ୍ରମିକ, କର୍ମଚାରୀଙ୍କ ଦୁଃଖ ବୁଝୁନାହାନ୍ତି । ଓଡିଶାର ଲକ୍ଷ ଲକ୍ଷ କେନ୍ଦୁ ପତ୍ର ତୋଳାଳୀ, ବନ୍ଧାଳୀ, ଗୋଛା କଟାଳୀ, ସିଜନାଲ ଷ୍ଟାଫଙ୍କୁ ବିଜୁ ଜନତା ଦଳର ସରକାର ଅବହେଳା, ଅଣଦେଖା ଓ ପ୍ରତାରଣା କରିଚାଲିଛନ୍ତି । ବର୍ତମାନ ଉପନିର୍ବାଚନ ପରିପ୍ରେକ୍ଷୀରେ ପଦମପୁର ଉପଖଣ୍ଡର ସତୁରି ହଜାରରୁ ଉର୍ଦ୍ଧ କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ ଶ୍ରମିକଙ୍କୁ ବିଜୁ ଜନତା ଦଳର ସରକାରଙ୍କର ମନ୍ତ୍ରୀମାନେ ଓ ପ୍ରଶାସନିକ କଳ ଡାହା ମିଛ କହି ପ୍ରଲୋଭିତ କରି ଭୋଟ ହାତେଇବାର ଅପଚେଷ୍ଟା କରୁଛନ୍ତି ବୋଲି ଆଜି ଏକ ପଦମପୁରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପାର୍ଥୀ ପ୍ରଦିପ ପୁରୋହିତ । ନିଜେ ମୁଖ୍ୟମନ୍ତ୍ରୀ ୨୦୧୩ ମସିହା ଜାନୁୟାରୀ ୧୩ରେ ରେଢାଖୋଲରେ ଲକ୍ଷାଧୀକ ତୋଳାଳୀ ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତାବଳୀ ଲାଗୁହେବ ପାଇଁ ଘୋଷଣା କରିଥିଲେ । ଏହି ଘୋଷଣାକୁ ୯ ବର୍ଷ ବିତିସାରିଥିଲା ବେଳେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । କେନ୍ଦୁ ପତ୍ର ତୋଳାଳୀମାନଙ୍କୁ ସାମାଜିକ ସୁରକ୍ଷା ଓ କଲ୍ୟାଣ ଯୋଜନାରେ ଝିଅ ବାହାଘର ସହାୟତା, ଛାତ୍ର ବୃତି ସହାୟତା, ଚିକିସ୍ତ୍ରା ସହାୟତାକୁ ୨୦୧୮ରେ ଲାଗୁକଲେ । ମାତ୍ର ୨୦୧୯ ନିର୍ବାଚନ ସରିବା ପରେ ଏହାକୁ ବନ୍ଦ କରିଦେଲେ । ଏହି ଯୋଜନାରେ ସାମିଲ ହେବା ପାଇଁ ତୋଳାଳୀଙ୍କୁ ସର୍ବନିମ୍ନ ୧୦ ଚଟା ପତ୍ର ତୋଳିବା ସ୍ଥାନରେ ଏହାକୁ ବୃଦ୍ଧି କରି ୨୦ ଚଟା କରିଦେଲେ ଯାହା ଚଟା ପତ୍ର ତୋଳିବା ତୋଳାଳୀଙ୍କ ପାଇଁ କଷ୍ଟକର ହୋଇଯାଇଛି । ରାଜ୍ୟ ସରକାର ବର୍ଷକୁ ବର୍ଷ ଉପ୍ତାଦନ କମାଇବା କାମ ମଧ୍ୟ କରୁଛନ୍ତି ଯାହା ସିଧାସଳଖ କେନ୍ଦୁପତ୍ର ସହିତ ଜଡିତ ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କ ପେଟକୁ ଲାତ ମାରିଲା ଭଳି ହୋଇଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି । ଶ୍ରୀ ପୁରୋହିତ କହିଛନ୍ତି ଯେ ବିଜୁ ଜନତା ଦଳର ସରକାର କରୋନା ମହାମାରୀ ସମୟରେ ତୋଳାଳୀଙ୍କୁ ମିଳୁଥିବା ବୋନସକୁ ୨ ବର୍ଷ ପାଇଁ ସମ୍ପୃର୍ଣ୍ଣ ବନ୍ଦ କରିଦେଲେ । ସବୁଆଡେ ସର୍ବନିମ୍ନ ମଜୁରି ବୃଦ୍ଧି ହୋଇଥିଲେ ମଧ୍ୟ ସିଜନାଲ ଷ୍ଟାଫଙ୍କ ଦରମା ୩ ବର୍ଷ ହେଲା ରାଜ୍ୟ ସରକାର ବୃଦ୍ଧି କରିନାହାନ୍ତି । ପଂଚାୟତକୁ ହସ୍ତାନ୍ତର ନାମରେ ଘରୋଇ କମ୍ପାନୀଙ୍କ ସହିତ ମଧୁଚନ୍ଦ୍ରିକା କରି ଆଗକୁ କେନ୍ଦୁ ପତ୍ର ସଂସ୍ଥାର ଘରୋଇ କରଣ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ଯାହା ଫଳରେ ଲକ୍ଷ ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ଭାଗ୍ୟ ଭବିଷ୍ୟତ ଆଜି ଅନ୍ଧାରକୁ ଠେଲି ହୋଇଯାଉଛି । ବର୍ତମାନ ଉପନିର୍ବାଚନ ସମୟରେ ପଦମପୁର ଅଂଚଳର କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ଭୋଟ ହାତେଇବା ପାଇଁ ଜିଏସଟି କଥା ଉଠାଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ରାଜ୍ୟ ସରକାର ନିଜେ କେନ୍ଦୁପତ୍ର ଉପରେ ନେଉଥିବା ୯ ପ୍ରତିଶତ ଜିଏସଟି ଟିକସ ଛାଡ କରନ୍ତୁ ଏବଂ ନାଟକବାଜି ନକରି ବିଧିବଦ୍ଧ ଭାବରେ କେନ୍ଦୁପତ୍ରରେ ଜିଏସଟିକୁ ଛାଡ କରାଯାଉ ବୋଲି ଜିଏସଟି କାଉନସିଲରେ ଦାବି ଉପସ୍ଥାପନ କରନ୍ତୁ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ତୁରନ୍ତ ସିଜନାଲ ଷ୍ଟାଫଙ୍କ ଚାକିରୀ ସର୍ତାବଳୀ ଲାଗୁକରିବା, ଆସନ୍ତା ସିଜନ ପାଇଁ ତୋଳାଳୀଙ୍କ ପତ୍ର ଦର ବୃଦ୍ଧି କରିବା, ତୋଳାଳୀଙ୍କ ପାଇଁ ୧୦୦ ପ୍ରତିଶତ ବୋନସ ଲାଗୁ କରିବା, ସିଜନାଲ ଷ୍ଟାଫ ଓ ବନ୍ଧାଳୀଙ୍କୁ ୪୦ ପ୍ରତିଶତ ଇନସେନଟିଭ ଆଲାଉନସ୍ ଲାଗୁ କରିବା, ଝିଅ ବାହାଘର ସହାୟତା, ଛାତ୍ର ବୃତି, ଚିକିସ୍ତ୍ରା ସହାୟତା ତୁରନ୍ତ ଲାଗୁକରିବା ପାଇଁ ଶ୍ରୀ ପୁରୋହିତ ଦାବି କରିଛନ୍ତି । ସେହିଭଳି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଦ୍ୱାରା ଦାବି କରାଯାଇଥିବା ୨୦୦ କୋଟି ଟଙ୍କାର ପ୍ୟାକେଜ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ଓ କେବେ ଲାଗୁ କରିବେ ବୋଲି ବିଜେପିର ବିଧାୟକ ପାର୍ଥୀ ତଥା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ପଦମପୁର ଡିଭିଜନ ସମ୍ପାଦକ ଶ୍ରୀ ପ୍ରଦିପ ପୁରୋହିତ ପ୍ରଶ୍ନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, କ୍ଷେତ୍ରୀୟ ଗଣମାଧ୍ୟମ ପ୍ରଭାରୀ ମାନସ ରଂଜନ ବକ୍ସି ଏବଂ ଚିନ୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ବରଗଡ଼, ରାଜନୀତି, ହୋମ୍ Related Content ବରିଷ୍ଠ ନାଗରିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ by Proprietor Abhimanyu Maharana July 31, 2026 ବାଲିଗୁଡ଼ାରେ ଦୁଇ ଡକାୟତ ଗିରଫ୍ by Proprietor Abhimanyu Maharana July 31, 2026 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାସିକ ସମୀକ୍ଷା ବୈଠକ by Proprietor Abhimanyu Maharana July 31, 2026 ବ୍ରହ୍ମଗିରି ତହସିଲରେ ଲାଞ୍ଚ ନେଇ ୨ ଗିରଫ by Proprietor Abhimanyu Maharana July 31, 2026 ପରିବର୍ତ୍ତନ ଓଡ଼ିଶା ପକ୍ଷରୁ ଆନିମେସନ ଫିଲ୍ମ ବିରୋଧରେ ପ୍ରତିବାଦ by Proprietor Abhimanyu Maharana July 31, 2026 ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ by Proprietor Abhimanyu Maharana July 31, 2026