
୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ମହାନଗର ନିଗମର ପୂର୍ବତନ ଡେପୁଟି ମେୟର ତଥା କଟକ ବାଦାମବାଡି ଶଙ୍କରପୁର ପୂଜା କମିଟିର କାର୍ଯ୍ୟକାରୀ ସଭାପତି ,ଅଜୟ ବାରିକଙ୍କର ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦ ରେ ଚିକିତ୍ସିତ ହେଉଥିଲେ । ତାଙ୍କର ପରଲୋକ ଖବର ପ୍ରଚାର ହେବାରୁ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଥିଲା । ଖବର ପାଇ ଚୌଦ୍ୱାର କଟକ ବିଜୁ ଜନତା ଦଳର ପୂର୍ବତନ ବିଧାୟକ, ପ୍ରଭାତ ରଞ୍ଜନ ବିଶ୍ୱାଳ , କଟକ ମେୟର ସୁବାସ ସିଂ ,କଟକ ମହାନଗର ନିଗମର ଯୁବ ବିଜେଡି ସଭାପତି ସୌମ୍ୟଦୀପ ଘୋଷଙ୍କ ସମେତ ବହୁ ସାମ୍ବାଦିକ, ସିଏମସି କମିଶନର ପ୍ରପୁଖ ରାଜନୈତିକ ବ୍ୟକ୍ତି ,ବୁଦ୍ଧି ଜୀବି ତାଙ୍କ ଶଙ୍କରପୁର ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଆଜି ତାଙ୍କ ମୃତ ଶରୀରରକୁ ସାହି ପରିକ୍ରମା କରାଯାଇ ସଂସ୍କାର ପାଇଁ ନିଆଯାଇଥିଲା ।

