୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- କେନ୍ଦ୍ର ସରକାର , ଦେଶୀ ବିଦେଶୀ କର୍ପୋରେଟ୍ କମ୍ପାନୀ ମାନଙ୍କୁ ଜଙ୍ଗଲ ଦେବା ଉଦ୍ଦେଶ୍ୟରେ ଜଙ୍ଗଲ ସଂରକ୍ଷଣ ନିୟମାବଳୀ -୨୦୨୨” ଆଣିଛନ୍ତି ବୋଲି ଆଦିବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ନିୟମ ଜରିଆରେ ସରକାର ଜଙ୍ଗଲ ମଧ୍ୟରେ ରହୁଥିବା ଦେଶର କୋଟି କୋଟି ଆଦିବାସୀ ଓ ପାରମ୍ପରିକ ବନଜୀବି ମାନଙ୍କ କଷ୍ଟାର୍ଜିତ ଜଙ୍ଗଲ ଅଧିକାରକୁ ଛଡାଇ ନେବା ସହ ଦେଶର ଜଙ୍ଗଲ ସମ୍ପଦକୁ କର୍ପୋରେଟଙ୍କ ହାତରେ ଟେକି ଦେବାକୁ ଯାଉଛନ୍ତି ବୋଲି ଅଖିଳ ଭାରତ କିଶାନ୍ ମଜଦୁର୍ ସଭା -ଏ ଆଇ କେ ଏମ ଏସ ପକ୍ଷରୁ ଅଭିଯୋଗରେ କୁହାଯାଇଛି । ସଂଗଠନ ପକ୍ଷରୁ ଏହି ନିୟମାବଳୀ ବିରୋଧ କରାଯିବା ସହ ଏହାକୁ ପ୍ରତ୍ୟାହାର କରିବା ଦାବିରେ ଦେଶସାରା କାର୍ଯକ୍ରମର ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସଂଗଠନର ଗଜପତି ଜିଲ୍ଲା ଗୁମ୍ମା ବ୍ଳକ୍ କମିଟି ପକ୍ଷରୁ ଗୁମ୍ମା ଠାରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ ସହ ସ୍ଥାନୀୟ ତହସିଲଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା ।
