ନୂତନ ରାଜସ୍ବ ଗ୍ରାମରେ ପରିଣତ ହେବାକୁ ଯାଉଛି କମାରଗୁଡା ଓ ନନ୍ଦାଗୁଡା

୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ପଡ଼ିଆ ପଞ୍ଚାୟତର ଉଭୟ କମାରଗୁଡା ଓ ନନ୍ଦାଗୁଡା ଗ୍ରାମ ବର୍ତ୍ତମାନ ରାଜସ୍ବ ଗ୍ରାମରେ ପରିଣତ ହେବାକୁ ଯାଉଛି । ପୂର୍ବରୁ ଏହି ଦୁଇଟି ଗ୍ରାମ କୁଞ୍ଚାନପାଲ୍ଲୀର ହାମଲେଟ୍ ଥିଲା । ସୂଚନ ଅନୁଯାୟୀ ଆଜି ମୋଟୁ ତହସିଲଦାର ଶ୍ରୀ ସବୀର ଶାହା,

ରାଜସ୍ବ ପରିଦର୍ଶକ ଶ୍ରୀ ଚିନାରାଓ, ରାଜସ୍ବ ନୀରିକ୍ଷକ ଶ୍ରୀ ଚିନ୍ମୟ ମହାପାତ୍ର ଓ ରମାକାନ୍ତ ମିଶ୍ରଙ୍କ ଉପସ୍ଥିତ କମାରଗୁଡା ଓ ନନ୍ଦାଗୁଡା ଏହି ଦୁଇଟି ଗ୍ରାମ ରାଜସ୍ବ ଗ୍ରାମ ରୂପେ ସୀମା ଚିହ୍ନଟ କରାଯାଇଛି । ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ଓ ସେମାନଙ୍କ ସମ୍ମତି କ୍ରମେ ଏହି ନୂତନ ରାଜସ୍ବ ଗ୍ରାମର ପରିଣତର ଯୋଜନା ପ୍ରସ୍ତୁତ କରାଯାଇଥିଲା ।

Exit mobile version