ଅବକାରୀ ଓ ପୋଲିସି ଙ୍କ ମିଳିତ ଭାବରେ ଦେଶୀମଦ ଭାଟି ଉପରେ ଚଢ଼ାଉ

୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ବାଣପୁର ବ୍ଲକ ଦାମୀଆ ଗ୍ରାମ ପଞ୍ଚାୟତ ର କୋଶରଡା ଗ୍ରାମରେ ମିଳିତ ଭାବରେ ଅବକାରୀ ଓ ବାଣପୁର ପୋଲିସି ଟିମ୍ ଚଢାଉ କରାଯାଇ ୧୨ ହଜାର ଲିଟର ପୋଚ ଓ ୬୮୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରାଯାଇଛି । ଚଢାଉ ସମୟରେ ମୋଟ ୧୨ ହଜାର କେଜି ଗୁଡ ମିଶ୍ରିତ ମହୁଲି ପୋଚ ଓ ୬୮୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି ।ବାଣପୁର ଅଞ୍ଚଳ ରେ ସମସ୍ତ ଜାଗାରେ ପ୍ରାୟ ଦେଶୀ ଚୋରା ମଦ ଦିନ କୁ ଦିନ ବ୍ୟାପି ଗଲାଣି, ସନ୍ଧ୍ୟା ସମୟରେ ଜନସାଧାରଣ ମାନେ ରାସ୍ତା ରେ ଯିବାଟା କଷ୍ଟସାଧ୍ୟ ହୋଇ ପଡୁଛି,ତେବେ ସ୍ଥାନୀୟ ଓ ପୋଲିସି ଅବକାରୀ ଉକ୍ତ ଚଢାଉରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବାଣପୁର ଥାନା ଏଏସଆଇ ଗଙ୍ଗାଧର ହେମ୍ବ୍ରମ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଜିଲ୍ଲା ମୋବାଇଲ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ, ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ଅବକାରୀ ଅଧିକାରିଣୀ ସୁନିତା ଦଳାଇ, ଜଟଣୀ ଅବକାରୀ ଅଧିକାରିଣୀ ଗୀତାଞ୍ଜଳି ବେହେରା ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଓ ପୋଲିସ ଫୋର୍ସ ସାମିଲ ଥିଲେ। ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଦୁଇ ଗୋଟି ମାମଲା ରୁଜୁ ହୋଇଛି, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ସୂଚନା ଦେଇଛନ୍ତି ।

Exit mobile version