ନୂଆଗଡ଼ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ : ରାସ୍ତା ମରାମତି ନ ହେଲେ ଜିଲାର କୌଣସି ଅଧିକାରୀ ଆସି ଅଟକ ରଖାଯିବ

୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି  :- ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି ସଦଭାବନା ସଭାଗୃହ ମଧ୍ୟରେ ବ୍ଲକ ଅଧକ୍ଷା ମାଳତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲା ପରିଷଦ ରାଜୀବ ଦୋରା, ଉପାଧକ୍ଷ ନିହୀମିୟା ରଇତ ସମେତ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ତହସିଲିଦାର କୁରେଶ ଚନ୍ଦ୍ର ଜାନୀ, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପିଇଓ ନରସିଂହ ମିଶ୍ର ଉପସ୍ଥିତ ହୋଇ ମଞ୍ଚାସିନ ହୋଇଥିଲେ। ପ୍ରାରମ୍ଭରେ ମଞ୍ଚାସିନ ବ୍ୟକ୍ତି ମାନେ ପ୍ରଦୀପ ପ୍ରଯୋଳନ କରି ବୈଠକ ଆରମ୍ଭ କରିଥିଲେ। ତତ୍ପରେ ଯୋଗଦାନ କରିଥିବା ସମସ୍ତଙ୍କ ପରିଚୟ ପ୍ରଦାନ କରାଯାଇଥିଲା। ପ୍ରଥମେ ଦାଇତ୍ପରେ ଥିବା ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପିଇଓ ନରସିଂହ ମିଶ୍ର ପୂର୍ବ ବୈଠକର ବିବରଣି ପାଠ କରି ଶୁଣାଇଥିଲେ । ଏଥିସହ ସ୍ଵଚ୍ଛ ଭାରତ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା, ସାମାଜିକ ସୁରକ୍ଷା,ମହିଳା ଓ ଶିଶୁ ବିକାଶ, ମନରେଗା ଯୋଜନା,ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନ ଯାଯୋନ, ଓଡ଼ିଶା ଜୀବିକା ମିଶନ ଜଯୋନା, ସମାଜମଙ୍ଗଳ ଯୋଜନା, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା , କୃଷୀ, ଗ୍ରାମୀୟ ଉନ୍ନୟନ, ପୂର୍ତ୍ତ ବିଭାଗ, କୃଷି ଉଦ୍ୟାନ ଜଯୋନା, ପଶୁ ସମ୍ପଦ, ଶିଶୁ ସୁରକ୍ଷା,ଉନ୍ନୟନ କାର୍ଯ୍ୟ ଏବଂ ଜନସାଧାରଣଙ୍କ ଅଭିଯୋଗ ଭଳି ଅନ୍ୟାନ୍ୟ ସମସ୍ତ ବିସୟରେ ପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା। ବିଶେଷତ ମୁଖ୍ୟତଃ ବ୍ଲକର ଅନେକ ଗ୍ରାମ ମାନଙ୍କରେ ବିଦ୍ୟୁତ ସଂଯୋଗ ହୋଇନଥିବା, ବ୍ଲକରେ ଜନସଂଖ୍ୟା କମ ଥିବା ସକାଶେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ହୋଇ ପାରୁନଥିବା, ବ୍ଲକର ୧୯ଟି ଗ୍ରାମ ପଞ୍ଚାୟତ ମଧ୍ୟରେ କେବଳ ୫ରୁ୬ଟି ଗ୍ରାମ ପଞ୍ଚାୟତକୁ ଛାଡ଼ିଦେଲେ ଅନ୍ୟ ପଞ୍ଚାୟତ ମାନଙ୍କରେ ନେଟୱାର୍କର କୌଣସି ବ୍ୟବସ୍ଥା ନାହିଁ। ଏଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକ ପ୍ରତିନିଧି ମାନେ ସମିତି ସଭା ଗୃହରେ ଅଭିଯୋଗ କରିଥିଲେ। ଆଜିର ବୈଠକରେ ସମସ୍ତ ପ୍ରକଳ୍ପ କାର୍ଯ୍ୟର ପ୍ରପୋଜଲ ଦୁଡ଼ିକ ଗୋଟିଗୋଟି କରି ପଢାଯାଇଥିଲା । କିରାମା ସରପଞ୍ଚ କିରାମା ରୁ ଝରଣପୁରୁ ରାସ୍ତା ପ୍ରଧାନମନ୍ତୀ ସୋଡକ ଯୋଜନାରେ ନିର୍ମାଣ କରିବାକୁ ଦାବି କରିଥିଲେ । ଏହି ରାସ୍ତା ନିର୍ମାଣ ହେଲେ ନୁଆଗଡ ବ୍ଲକ ସହ ମୋହନା ବ୍ଲକ ସଂଯୋଜଗ ହୋପାରିବ ରାସ୍ତା ଦୁଇ ବ୍ଲକର ଲୋକମାନେ ଉପକୃତ ହୋଇପାରିବେ ସେ କରିଥିଲେ । ଏହା ଉତ୍ତରରେ କନିଷ୍ଠ ଯନ୍ତୀ କରିଥିଲେ ଏହି ରାସ୍ତାକୁ ଆବେଦନ କରି ଜୀଲ୍ଲାପରିଷଦ ବୈଠକରେ ପାସ କଲାପରେ ତାହା ଆମେ ରାସ୍ତା କାମ କରିବୁ ବୋଲି କରିଥିଲେ । ସରପଞ୍ଚ କରିଥିଲେ ଯେ ଏପରି କରିବାର ଥିଲା ତାହା ହେଲେ ୨୦ ବର୍ଷ ତଳେ ବିଜେଡିର ପୂର୍ବତନ ଶାଂସଦ ଅନାଦି ସାହୁ ଏହି ରାସ୍ତାର ଭୂମିପୂଜା କରିଥିଲେ ବୋଲି ପଚାଥିଲେ । ସେହିପରିି ପୂତ୍ତ(PWD) ବିଭାଗ ରାସ୍ତା ଆର,ଉଦୟଗିରି ରୁ ସମ୍ବଲପୁର ରାସ୍ତା ମରଣଯନ୍ତା ପରିନତ ହୋଇଛି ଏହି ରାସ୍ତା ନିର୍ମାଣ ବାରମ୍ବାର ଅଞ୍ଚଳବାସୀ ଅନୁରୋଧ କରାଯିବ ସତେ କାହିଁକି ସେ ରାସ୍ତା କରାଯାଉନି ବୋଲି ସୁନ୍ଦରଡାଙ୍ଗ ସରପଞ୍ଚ ଯନ୍ତୀ ପଚାରିଲେ ।ଯନ୍ତୀ କରିଥିଲେ ସେହି ରାସ୍ତା କାମ ଉର୍ଚ କତ୍ତୃପକ୍ଷ ଲେଖି ଜଣାଯାଇ ଟଙ୍କା ଆସିଲେ କାମ ହେବ ବୋଲି ଯନ୍ତୀ କରିବା ପରେ ସରପଞ୍ଚ ଉତ୍ତେଜିତ ହୋଇଛି କରିଥିଲେ ବିଭାଗ କୌଣସି ଯନ୍ତୀ ଏବଂ ଜିଲ୍ଲା କୌଣସି ଅଧିକାରୀ ରାସ୍ତାକୁ ଆସିଲେ ଅଟକ ରଖାଯିବ ରାସ୍ତା ନ ହେବା ଛାଡୁବୁ ନିହିଁ ବୋଲି ଗୃହରେ କରିଥିଲେ । ସମିତିର ସମସ୍ତ ଜନପ୍ରତିନିଧିମାନେ ବ୍ଲକରେ ବସୁଦା ଯୋଜନାରେ ଜଳଯୋଗାଣ ଯନ୍ତୀ କହୁଛନ୍ତି ସିନା କୌଣସି କାମ କରୁନାହାନ୍ତି । ପ୍ରକୃତରେ ଜଳ ଯୋଗାଣ ହେଉନଥିବା ନେ ଗୃହରେ ପ୍ରବଳ ପାଟିତୁଣ୍ଡ ହୋଇଥି୍ଲା । ଏହି ବୈଠକରେ ସ୍ବାସ୍ଥ୍ୟା ବିଭାଗ ଓ ମାଇନେର ଇରିକେସ ବିଭାଗର କୌଣସି ଅଧିକାରୀ ଯୋଗ ନ ଦେଇଥିବାରୁ ଜନପ୍ରତିନିଧିମାନେ କ୍ଷେବ ପ୍ରକାଶ କରିଥିଲେ ।ବିଦ୍ୟୁତ ବିଭାଗ ଯନ୍ତୀ ବୈଠକରେ ଯୋଗ ନ ଦେଇ ବିଭାଗ ଲାଇମେନ୍ ପଠାଉଛନ୍ତି ଯାହାଫଳରେ ପଞ୍ଚାୟତରେ ବିଦ୍ୟୁତ ସମସ୍ୟାର ନେଇ ଆଲୋଚନା ହୋଇପାରୁ ନାହିଁ । ବୈଠକ ଯନ୍ତୀମାନେ ଯୋଗ ଦେଖିବାକୁ ପ୍ରତିନିଧି ଦାବି କରିଥିଲେ । ଆଜିର ବୈଠକ ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୧୯ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଗ୍ରାମ ସେବକ ଏବଂ ସମସ୍ତ ଲାଇନ ଡିପାର୍ମେଣ୍ଟ ଉପସ୍ଥିତ ଥିଲେ । ଜିପିଇଓ ନରସିଂହ ମିଶ୍ର ବୈଠକକୁ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଦେଇଥିଲେ ।

 

Exit mobile version