ଖଜୁରିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଳୁନି ଉପଯୁକ୍ତ ସେବା ଓ ଜନ୍ମମୃତ୍ୟୁ ପ୍ରମାଣପତ୍ର

୨୨ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟିରି :- ନୁଆଗଡ ବ୍ଲକର ଖଜୁରିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜନତାଙ୍କୁ ଉପଯୁକ୍ତ ସେବା ମିଳୁନି କି ଠିକ୍ ସମୟରେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଦିଆଯାଉନି । ଡାକ୍ତରଖାନା ଖୋଲୁଛି ସକାଳ ୯ ଟାରେ । ମଧ୍ୟାହ୍ନ ଭୋଜନ ପରେ ସମସ୍ତ ଡାକ୍ତରଙ୍କ ଛୁଟି ହୋଇଯାଉଛି । ଅଳପ କିଛି ଔଷଧ ଡାକ୍ତରଖାନାରେ ଦିଆଯାଉଥିବା ବେଳେ ଆଉ ବଳକା ଔଷଧ ଦୋକାନ ଲେଖା ଯାଉଛି । କିଛି ବଙ୍ଗଳୀ ଡାକ୍ତର(କ୍ବାକ୍) ପୂର୍ବେ ଭାରପ୍ରାପ୍ତ ଅଧିକାରୀ ନିବେଦିତା ସାହୁଙ୍କ ବିରୋଧରେ କର୍ମଚାରୀମାନେ ଅଭିଯୋଗ କରିବା ପରେ ତାଙ୍କ ବଦଳି କରି ଦିଆଗଲା । ସେ ଯିବା ପରେ ଆଉ କାହାରି ଖାତିର ନାହିଁ । ରାତିରେ କୌଣସି ଡାକ୍ତର କ୍ୟାମ୍ପସ୍ ମଧ୍ୟରେ ରହୁନାହାନ୍ତି । ସୁରକ୍ଷା କର୍ମୀ ଯାଇ ଡାକିଲେ ଘଣ୍ଟାଏ ପରେ ଆସୁଛନ୍ତି ଏପଟେ ଆର,ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ନିବେଦିତା ପଣ୍ଡାଙ୍କୁ ଖଜୁରିପଦା ସ୍ବାସ୍ଥ୍ୟକେନ୍ଦ୍ରକୁ ଦାୟତ୍ବ ଦିଆଯାଇଛି ।

ଗୋଟିଏ ସ୍ବାସ୍ଥ୍ୟକେନ୍ଦ୍ରକୁ ସେ ସମ୍ଭାଳିବା ମୁସ୍କିଲ ହେଉଥିବା ବେଳେ ଦୁଇଟି ସ୍ବାସ୍ଥ୍ୟକେନ୍ଦ୍ରର ଦାୟତ୍ବ ନେବା ଫଳରେ ସେ ଧ୍ୟାନ ଦେବା ଅସମ୍ଭବ ହୋଇପଡୁଛି । ଏଣୁ ତୁରନ୍ତ ଜଣେ ସ୍ଥାୟୀ ଭାରପ୍ରାପ୍ତ ଅଧିକାରୀ ନିୟୁକ୍ତି ଦେବା ସହ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସକାଶେ ଖଜୁରିପଦା ଯୁବକ ସଂଘ ପକ୍ଷରୁ ଦାବି କରାଯାଇଛି । ସେହି ପରି ନୁଆଗଡ଼ ଗ୍ରାମରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ବର୍ଷହେଲା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବି ଖାଲିପଡି ରହିଥିଲା ଗ୍ରାମବାସୀ ବହୁବାର ଦାବି ପରେ କିଛି ମାସ ହେଲା ନୁଆଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣ ଡାକ୍ତର ନିୟୁତି ହୋଇ ପରେ ମେଡିକାଲ ଯଇନି କରିଥିଲେ । ଏହା ଗ୍ରାମ ଏହାର ଆଖପାଖ ଗ୍ରାମ ଖୁସିହୋଇଥିଲେ । କାରଣ ଚିକିତ୍ସା ଦରୁଦରାନ୍ତରକୁ ଯିଇ କି ଖର୍ଚାନ୍ତ ହେବାକୁ ପଡିନାହିଁ ।

ଡାକ୍ତର କିଛି କାମ କରିବା ପରେ ଡାକ୍ତର ଗତ ସେଟେମ୍ବର ମାସ ୨୨ ତାରିଖରୁ ଯାଇଛନ୍ତି ଯେ ଆଜିସୁଧା ତାଙ୍କୁ ଦେଖିବାକୁ ମିଳୁନି । ଅଞ୍ଚଳର ପୂର୍ବ ଭଲି ଲୋକଙ୍କ ଦେହ ଖରାପ ହେଲେ ଖଜୁରିପଦା ବଙ୍ଗଳୀ ଡାକ୍ତର, ଅଞ୍ଚଳର କୁକ ମାନଙ୍କ ଦ୍ବାରା ଚିକିତ୍ସା ନଚେତ ପାରଳାଖେମଣ୍ଡି ଯିବାକୁ ପଡୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ଗ୍ରାମବାସୀ କହନ୍ତି ଯେ କେବେ କେବେ ଆସି ଏଟେନେସ ଖାତା ଦସ୍ତକରି ଚାଲିଯାଉଛନ୍ତି ।ଏହି ବିଷୟ ନେଇ ଦାୟତ୍ବ ଥିବା ଆର,ଉଦୟଗିରି ଭାରପ୍ରାପ ଅଧିକାରୀଣୀ ନିବେଦିତା ପଣ୍ଡା ଯୋଗାଯୋଗା କରିବାରୁ ନୁଆଗଡ ପ୍ରାଥମିକ ଡାକ୍ତର ଦେହ ଅସ୍ଥୁତଥିବାରୁ ସ୍ବାସ୍ଥ୍ୟା ଚିକିତ୍ସା ପାଇଁ ସେ ଛୁଟିରେ ଅଛନ୍ତି ଓ ଖଜୁରିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଅପରାହ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପୂର୍ବରୁ ରହୁନଥିଲେ ଅଭିଯୋଗ ପରେ ସେହି ସମସ୍ୟା ସମାଧାନ ହୋଇଛି। ସେମାନଙ୍କୁ ଠିକ୍ ରହି ନିଜ କାମ କରୁଛନ୍ତି ।

Exit mobile version