ଦୁର୍ଘଟଣା ଆହତକୁ ମେଡିକାଲକୁ ନେଲେ ବିଡିଓ

୨୨ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ବାଇକ୍ ଦୁର୍ଘଟଣାରେ ରାସ୍ତା ଉପରେ ପଡି ଛଟପଟ ହେଉଥିବା ବ୍ୟକ୍ତିକୁ ଉଦ୍ଧାର କରିନିଜ ସରକାରୀ ଗାଡିରେ ଡାକ୍ତରଖାନା ନେଲେ ଆର,ଉଦୟଗିରି ବିଡିଓ ଲରିମନ ଖର୍ସେଲ । ଏଭଳି ଘଟଣା ଦେଖିବାକୁ ମିଳୁଛି ଗଜପତି ଜିଲା ଆର,ଉଦୟଗିରି ବ୍ଲକ ଡୋମ୍ବା ଛକ ମୂଖ୍ୟ ରାସ୍ତାରେ । ସୋମବାର ରାତ୍ରରେ ବିଡିଓ ରାମଗିରି ରୁ ଆର,ଉଦୟଗିରି ଆସୁଥିବା ସମୟରେ ଡୋମ୍ବା ମୁଖ୍ୟ ରାସ୍ତା ଉପରେ ଦୁର୍ଘଟଣାରେ ବାଇକ୍ ସହ ଜଣେ ପଡିଥିବା ଦେଖି ସେଠାରେ ଅଟକି ଥିଲେ ।

ବିଡିଓ ନିଜେ ଦୁର୍ଘଟଣା ସ୍ଥାଳକୁ ଯାଇ ଆହତ ବ୍ୟକ୍ତିକୁ ଉଦ୍ଧାର କରି ନଜ ଗାଡିରେ ଚନ୍ଦ୍ରଗିରି ଡାକ୍ତରଖାନା ନେଇଥିଲେ । ବିଡିଓ ଶ୍ରୀ ଖର୍ସେଲଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କହିଥିଲେ । ବିଡିଓଙ୍କ ସହ କର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତି ଥିଲେ ।

Exit mobile version