ନୟାଗଡ ବ୍ଲକ ଲଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ର ୨୦୦ରୁ ଉର୍ଦ୍ଧ ପଞ୍ଚାୟତ ବାସୀ ଏକାଠି ହୋଇ ଜିଲ୍ଲାପାଳଙ୍କୁ ନିଜର ପାଣି ସମସ୍ୟା ଦାବି ଉପସ୍ଥାପନ କଲେ

୧୦୦ ରୁ ଉର୍ଦ୍ଧ ଲୋକଙ୍କ ନାମରେ ସଦର ଥାନାରେ କେଶ କରା ଯାଇଥିଲା ଫଳରେ ଏଭଳି ଦୁଃଖ ସମୟରେ କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ସମସ୍ତଙ୍କୁ ସାଙ୍ଗରେ ନେଇ ନୟାଗଡ଼ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ କରିବା ସହିତ ଧାରଣାରେ ବସିଥିଲେ.

୨୨ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ଜିଲ୍ଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ ନୟାଗଡ଼ ସହରକୁ ଲାଗି ପ୍ରଥମ ପଞ୍ଚାୟତ ଲଷ୍ମୀପ୍ରସାଦ ଦୀର୍ଘଦିନ ହେଲା କୁଆଡେ ପିଇବା ପାଣି ପାଇଁ ଡହକ ବିକଳ ହୋଇ ଆସୁଛନ୍ତି ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟହୋଇ ନୟାଗଡ ସହରକୁ ଆସୁଥିବା ପାଣିକୁ ପଞ୍ଚାୟତ ବାସୀ ବ୍ୟବାହାର କରିବାକୁ ବାଧ୍ୟ୍ୟ ହୋଇଥିଲେ ହେଲେ ଗତ 4ଦିନ ପୂର୍ବରୁ ବଳପୂର୍ବକ ସହ ସହ ପୋଲିସିଙ୍କୁ ନେଇ ଧମକ ଚମକ ଦେଇ ପାଣି ସଂଯୋକ ବିଛିନ୍ନ କରାଯାଇଥିବା ଗ୍ରାମବାସୀ ନିଜ ଅଭିଯୋଗରେ ଦର୍ଶାଇଛନ୍ତି | ୧୦୦ ରୁ ଉର୍ଦ୍ଧ ଲୋକଙ୍କ ନାମରେ ସଦର ଥାନାରେ କେଶ କରା ଯାଇଥିଲା ଫଳରେ ଏଭଳି ଦୁଃଖ ସମୟରେ କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ସମସ୍ତଙ୍କୁ ସାଙ୍ଗରେ ନେଇ ନୟାଗଡ଼ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ କରିବା ସହିତ ଧାରଣାରେ ବସିଥିଲେ. ଜିଲ୍ଲାପାଳଙ୍କ ଆଲୋଚନା ଅନୁସାରେ ଜଣାପଡିଲା କି ପାଣି ସଂଯୋଗ କାଟିଥିବା ଅଧିକାରୀମାନେ ଭୁଲ ତଥ୍ୟ ଦେଇ (ଲୋକ ପାଣି ଜମିରେ ବେବହାର କରୁଛନ୍ତି ଏବଂ ସେଠାରେ ପାଣି ପିଇବାକୁ କୌଣସି ଅସୁବିଧା ନାହିଁ )ସବୁ କଥା ଆଲୋଚନା ପରେ ନିଜେ ଜିଲ୍ଲାପାଳ ଧାରଣାରେ ବସିଥିବା ପଂଚାୟତ ବାସୀଙ୍କ ପାଖରେ ଉପସ୍ଥିତ ହୋଇ ଜନସାଧାରଣଙ୍କୁ ପ୍ରତିଶୃତି ଦେଲେ ବର୍ତମାନ ଠାରୁ ତୁରନ୍ତ କାମ ଆରମ୍ଭ କରି ଦୁଇ ଦିନ ଭିତରେ ଲୋକଙ୍କୁ ସ୍ଵଶ୍ଚ ପାନୀୟ ଜଳ ପ୍ରଦାନ କରିବା ସହିତ ଲୋକଙ୍କ ନାମରେ ହୋଇଥିବା ମିଛ କେଶ ପ୍ରତ୍ୟହାର,ପଂଚାୟତ ପଞ୍ଚାୟତ ବାସୀଙ୍କୁ ଦାବିକୁ ଠିକି ବିଚାର ପୂର୍ବକ ଆବଶ୍ୟକ ପୂରଣ ହୋଇଥିବାରୁ ରାଣୀମା ସମସ୍ତଙ୍କୁ ଧନ୍ୟବାଦ ଦେଇ କହିଲେ ଯଦି ଏହା ଦୁଇ ଦିନ ଭିତରେ ପୂରଣ ନହୁଏ ପୁନଃହ 3 ଦିନ ପରେ ସମସ୍ତେ ଅହେରାତ୍ର ଧାରଣ ଦେବା, ଲୋକଙ୍କ ସହିତ ସେ ନିଜେ ଉପସ୍ଥିତ ରହିବେ. ଆଜିର କାର୍ଯ୍ୟକ୍ରମରେ – ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନଶିର ଅହମେଦ,ବିଜେପି ନେତା ସନ୍ତୋଷ ପ୍ରଧାନ, ସୋମ୍ୟରଞ୍ଜନ ପ୍ରଧାନ, ପରାହ୍ଲାଦ ବରାଡ, ସତ୍ୟବାନ ନାୟକ,ସୂର୍ଯ୍ୟମଣି ବେହେରା, ସଂଜୟ କୁମାର ନାୟକ, ପ୍ରମୁଖ ସହିତ କୈଳାଶ ସାହୁ ମାଗି ଭାଇ, ସୋମନାଥ, ରଜନୀକାନ୍ତ, ଜଡ଼ା ଭାଇ ଭଳି ପ୍ରମୁଖ ଗ୍ରାମ ବାସୀ ମାନେ ଉପସ୍ଥିତ ଥିଲେ.

Exit mobile version