Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ+୩ ସ୍ନାତକ ମହିଳା ମହାବିଦ୍ୟାଳୟରେ ରକ୍ତ ବର୍ଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୧ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ତଥା +୩ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ସ୍ଥାନୀୟ ଅଞ୍ଚଳର ମୀନାକ୍ଷୀ ପାଥୋଲୋଜି ସହଯୋଗରେ ଏକ ରକ୍ତ ବର୍ଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠିତ ଏକ ସଚେତନତା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁ ଯୋଗଦେଇ ରକ୍ତର ଉପକାରିତା ତଥା ରକ୍ତ ବର୍ଗୀକରଣ କରିବା କାର୍ଯ୍ୟକ୍ରମ ଦ୍ବାରା ଜଣେ କିଭଳି ଅନ୍ୟ ଜଣକୁ ଅତି ଜରୁରୀ କାଳୀନ ପରିସ୍ଥିତି ବେଳେ ରକ୍ତଦାନ କରି ପାରିବ , ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ନିଜ ଅଭିଭାଷଣରେ ସୂଚନା ଦେଇଥିଲେ । ସେଭଳି ପାରଳାର ଲୋକପ୍ରିୟ ପାଥୋଲୋଜିଷ୍ଟ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତ ବର୍ଗୀକରଣର ଉପାଦେୟତା ଉପରେ ବର୍ଣ୍ଣନା କରିବା ସହ ହିମୋଗ୍ଲୋବିନ କିଭଳି ଶରୀର ପାଇଁ ଉପଯୋଗୀ ଏବଂ ଶରୀରରେ ଏହା ହ୍ରାସ ହେଲେ ବ୍ୟକ୍ତି ଜଣକ କିଭଳି ଗୁରୁତର ହୋଇ ପଡ଼େ କହି ଏହାର ବୃଦ୍ଧି ପାଇଁ କିଭଳି ପଦକ୍ଷେପ ନିଆ ଯାଇଥାଏ ଓ ସେଠାରେ ରକ୍ତର ବର୍ଗୀକରଣର ଆବଶ୍ୟକତା ହୋଇଥାଏ ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇ ଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ମଞ୍ଚାସିନ ଅତିଥି ମାନଙ୍କୁ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଛାତ୍ରୀ ମାନେ ତାଳି ମାରି ସ୍ଵାଗତ କରିଥିଲେ । ଜାତୀୟ ସେବା ଯୋଜନା (ଏନଏସଏସ) ର ପ୍ରୋଗ୍ରାମ ଅଫିସର ଡଃ ଭାରତୀ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ମୋଟ ୧୨୫ ଜଣ ଛାତ୍ରୀଙ୍କ ରକ୍ତ ବର୍ଗୀକରଣ କରା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଏଲ ଅଶୋକ ଓ ଶ୍ରୀ ଶୁରେଶଙ୍କ ସମେତ ଯୋଜନାର ସ୍ୱେଚ୍ଛାସେବୀ ଛାତ୍ରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ । Categories: ଓଡ଼ିଶା, ଗଜପତି, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର by Proprietor Abhimanyu Maharana September 11, 2026 ଚେସ କର୍ମକର୍ତ୍ତା ତାରୁନ ଖାଁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା by Proprietor Abhimanyu Maharana September 11, 2026 ନୟାଗଡ଼ରେ ୮ ଶିକ୍ଷକଙ୍କୁ ରୋଟାରୀ ନେସନ ବିଲ୍ଡର ସମ୍ମାନ by Proprietor Abhimanyu Maharana September 11, 2026