ଗଜପତି ଜିଲ୍ଲା କାଶୀନଗର ଠାରେ କାଶୀନଗର ବ୍ଲକ ସାମ୍ବାଦିକ ସଂଘ (ଏସ୍‌ୟୁଜେ) ରବୈଠକ ଓନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

୨୧ ନଭେମ୍ବର ସୋମବାର  (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକ ସଦରମହକୁମା କାଶୀନଗର ଠାରେ ରାଜ୍ୟ ସାମ୍ବାଦିକ ୟୁନିଅନ ଓଡିଶା (ଏସ୍‌ୟୁଜେ) କାଶୀନଗର ବ୍ଲକସାମ୍ବାଦିକ ସଙ୍ଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହା ସହ ଏସ୍‌ୟୁଜେ କାଶୀନଗର ବ୍ଲକ ଶାଖାର ନୂତନକର୍ମକର୍ତ୍ତା ଚୟନକାର୍ଯ୍ୟକ୍ରମମଧ୍ୟଅନୁଷ୍ଠିତହୋଇଯାଇଛି ।

ଏସ୍‌ୟୁଜେ ଗଜପତି ଜିଲ୍ଲା ଶାଖାର ସଭାପତି ଗରୁଡଧ୍ୱଜ ଚୌଧୁରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେଜିଲ୍ଲାସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ବିବରଣୀ ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମିରଂଜନ ମିଶ୍ର, ଶିଶିର କୁମାର ଗୌଡ, ଶିବାଜୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ । ବୈଠକରେ ମୁଖ୍ୟତଃ ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ସଂଘର ଆଭିମୁଖ୍ୟ ଓ ସାମ୍ବାଦିକ ମାନଙ୍କର ସମସ୍ୟା ନେଇ ମୁଖ୍ୟତଃ ଆଲୋଚନା ହୋଇଥିଲା ।

ଏହାପରେ କାଶୀନଗର ବ୍ଲକ ସାମ୍ବାଦିକ ସଂଘ (ଏସ ୟୁ ଜେ) ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠତ ହୋଇଥିଲା । ଏହି ନିର୍ବାଚନରେ ଏସ୍‌ୟୁଜେ କାଶୀନଗର ବ୍ଲକ ଶାଖାର ଉପଦେଷ୍ଠା ଭାବେ ଟୁଟୁ ଚୌଧୁରୀ, ସଭାପତି ଭାବେ ରାଜେଶ ମିଶାଲ, ଉପସଭାପତି ଭାବେ ରାଜେଶ ପଟ୍ଟନାୟକ, ସାଧାରଣ ସମ୍ପାଦକ ଭାବେ ସିମାଞ୍ଚଳ ମହାରଣା, ସହ ସମ୍ପାଦକ ଭାବେ ପ୍ରଣତି ସାବତ, କୋଷାଧ୍ୟକ୍ଷ ଭାବେ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ଚୟନ ହୋଇଥିବାର ଜଣାପଡିଛି । ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା ।

Exit mobile version