Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ମିରାକଲ ଡେନ୍ସ ଗ୍ରୁପ ପକ୍ଷରୁରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୧ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ଶ୍ରୀ ରଘୁନାଥ ପାତ୍ର , ଯୁବ ମଞ୍ଚ ଅଭିନେତା ଶ୍ରୀ ଆଦର୍ଶ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ବହୁ ପ୍ରତିଭାବାନ କଳାକାର ରହିଛନ୍ତି ହେଲେ ଉଜୋଗ ଅଭାବରୁ ଲୋକ ଲୋଚନକୁ ଆସି ପାରୁନାହାନ୍ତି ସେହି ସଂପୃକ୍ତ କଳାକାର ମାନେ ସେମାନଙ୍କ କଳା ପ୍ରତିଭା ପ୍ରଦର୍ଶନ କରାଇବା ସହ ରାଜ୍ୟ ଓ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ସୃଷ୍ଟି କରିବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ବିଶେଷ କରି , ଆଧୁନିକ ନୃତ୍ୟରେ କନିଷ୍ଠ ବିଭାଗ, ଯୁବ ବିଭାଗ, ବରିଷ୍ଟ ବିଭାଗ ଓ ମହିଳା ବିଭାଗରେ ଏକକ , ଦ୍ବୈତ୍ୟ ଓ ଦଳଗତ ଭାବେ ପ୍ରାୟ ୧୨୦ ଜଣ କଳାକାର ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭାପ୍ରଦର୍ଶନ କରିଥିଲେ ଗଜପତି, ଗଂଜାମ ,ରାୟଗଡ଼ା, ନବରଙ୍ଗପୁର, କେଉଁଝର ଓ ଭବାନୀପାଟଣା ପ୍ରଭୃତି ଜିଲ୍ଲା ଅଞ୍ଚଳରୁ ଦଳଗତ ଭାବେ ଭାଗ ନେଇଥିବା ବେଳେ ଅନେକ ସ୍ଥାନୀୟ କଳାକର ଏକକ ପ୍ରତିଯୋଗୀତାରେ ଯୋଗ ଦେଇଥିଲେ । ପ୍ରତିଯୋଗିତା କାର୍ଯ୍ୟକ୍ରମର ନିରପେକ୍ଷ ଓ ସଠିକ ବିଚାରପାଇଁ କଟକରୁ ଶ୍ରୀଏ.ରାଜେଶ୍ କୁମାର, ଭୁବନେଶ୍ବରରୁ ପ୍ରୀତିଲତା ରାଓ,ବ୍ରହ୍ମପୁରର ଶ୍ରୀ ଆପନ୍ନା ମହାରଣା ପ୍ରମୁଖ ନୃତ୍ୟ ବିଶାରଦ ମାନେ ବିଚାରକ ଭାବେ ଉପସ୍ଥିତ ଥିଲେ । ସମସ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିଲେ ।ଏହି ପ୍ରତିଯୋଗୀତାରେ ଯେଉଁ କୃତୀପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରିବେ , ସେହି ମାନଙ୍କୁ ଅର୍ଥାତ୍ ସେହି ଦଳ ଓ କଳାକାର ମାନେ ଚଳିତ ମାସର ଆଗାମୀ ରବିବାର ୨୭ ତାରିଖରେ ଅନୁଷ୍ଠିତହେବାକୁ ଥିବା ମିରାକଲ ନାଇଟ୨୦୨୨ରେପୁରସ୍କୃତ ହେବା ସହନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦେଇ କୁହାଯାଇଛି । Categories: ଓଡ଼ିଶା, ଗଜପତି, ହୋମ୍ Related Content ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ by Proprietor Abhimanyu Maharana October 17, 2026 Bhubaneswar hosts Swachhata Utsaba in Grandeur by Proprietor Abhimanyu Maharana October 17, 2026 TPSODL Flags Off Solar Rath in Koraput by Proprietor Abhimanyu Maharana October 17, 2026 ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦଯାପନୀ ଉତ୍ସବ by Proprietor Abhimanyu Maharana October 17, 2026 ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ by Proprietor Abhimanyu Maharana October 17, 2026 ସମର କ୍ରାନ୍ତି ସେନା ପକ୍ଷରୁ ବିଶ୍ବ ଛାତ୍ରଛାତ୍ରୀ ଦିବସ ପାଳିତ by Proprietor Abhimanyu Maharana October 17, 2026