ପାରଳାଖେମୁଣ୍ଡି ସ୍ଥିତ ମହିଳା ମହବିଦ୍ୟାଳୟ ଠାରେ ଏଭିବିପି ଗଜପତି ଜିଲ୍ଲା ଶାଖା ପକ୍ଷରୁ ଝାନ୍ସିରାଣି ଲକ୍ଷ୍ମିବାଇ ଙ୍କ ଜୟନ୍ତୀ ପାଳିତ

୨୧ ନଭେମ୍ବର ସୋମବାର  (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଝାନସୀ ରାଣୀ ଲକ୍ଷ୍ମିବାଇଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିଏହି ଅବସରରେ ମଞ୍ଚାସିନ ଅତିଥିମାନେ ପ୍ରଥମେ ଝାନସି ରାଣୀ ଲକ୍ଷ୍ମୀବାଇଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେଏହିକାର୍ଯ୍ୟକ୍ରମରେସମାଜସେବୀ ଶ୍ରୀ ହରୀମୋହନ ପଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ,

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ପ୍ରମୁଖ ଶ୍ରୀ ବାଳକୃଷ୍ଣ ଜେନା,ଜିଲ୍ଲା ସହ ପ୍ରମୁଖ ଶ୍ରୀ ସମୀର ରଞ୍ଜନ ପାଣିଗ୍ରାହୀ  ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସହ ସମ୍ପାଦକ ଶ୍ରୀ ଲୋକନାଥ ମିଶ୍ର ଏବଂ ମହିଳା ସ୍ନାତକ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପିକା ଶ୍ରୀମତୀ ଡଃ କଲ୍ୟାଣୀ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥିଭାବେଯୋଗ ଦେଇଥିଲେ ମଞ୍ଚାସିନ ଅତିଥି ମାନେ ଝାନସି ରାଣୀ ଲକ୍ଷ୍ମୀବାଇଙ୍କ କୃତିତ୍ଵର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ଉପସ୍ଥିତ ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମାନସ ରଞ୍ଜନ ମହାପାତ୍ର , ପ୍ରଗତି କରାଡ ଏବଂ ବର୍ଷାରଣୀ ପରିଛା ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଛାତ୍ରୀ ଉପସ୍ଥିତ ଥିଲେ ଏହି ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ ଅଖିଳ ଭାରତୀୟ ପରିଷଦ ପକ୍ଷରୁ ଉପସ୍ଥିତ ଛାତ୍ରୀ ମାନଙ୍କୁନେଇଗୀତ,ନାଚ ରଙ୍ଗୋଲି ଓ ଏକକ ଅଭିନୟ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ପରିଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଦେଇ ପୁରସ୍କୃତ କରା ଯାଇଥିଲା । ଶେଷରେ ବର୍ଷାରାଣୀ ପରିଛା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Exit mobile version