Home ଓଡ଼ିଶା ପାଇକମାଳ ଓ ପଦମପୁରରେ ରେଳ ପ୍ରକଳ୍ପ ପ୍ରସଙ୍ଗରେ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କର ମନ୍ତ୍ରୀ ଟୁକୁନି ସାହୁଙ୍କୁ ଚିଠି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ବିଜୁ ଜନତା ଦଳର ଆଉ ଏକ ମିଛର ପର୍ଦ୍ଦାଫାସ : ସୁରେଶ ପୁଜାରୀ 1. ରାଜ୍ୟ ସରକାରଙ୍କ ଫସଲ ବୀମା ନାଟକର ପର୍ଦ୍ଦାଫାସ ପରେ ଏବେ ବରଗଡ-ନୁଆପଡା ରେଳ ପ୍ରକଳ୍ପ ଘଟଣାରେ ମଧ୍ୟ ବିଜୁ ଜନତା ଦଳର ଆଉ ଏକ ମିଛର ପର୍ଦ୍ଦାଫାଶ ହୋଇଛି 2. ପାଖାପାଖି ୧୧ ମାସ ତଳର ଅନୁମୋଦିତ ପ୍ରକଳ୍ପ ବିଷୟରେ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଅଜ୍ଞ ରହିବା ଅତ୍ୟନ୍ତ ଲଜ୍ଜାଜନକ 3. ଓଡିଶା ରେଲ ଇନଫ୍ରାଷ୍ଟ୍ରକଚର ଡେଭଲପମେଂଟ ଲିମିଟେଡ ଗତ ଜାନୁଆରି ୨୦୨୨ରେ ଏହି ପ୍ରକଳ୍ପର କ୍ରିୟାନ୍ୱୟନ ନେଇ ଟେଣ୍ଡର ମଧ୍ୟ କରିସାରିଛନ୍ତି 4. ରେଳ ପ୍ରକଳ୍ପ ପାଇଁ ଜମି ଦେବାରେ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ପ୍ରକଳ୍ପର ଅଗ୍ରଗତି ଅଟକିଛି 5. ୧୧ ମାସ ଭିତରେ କେତେ ଜମି ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ତାହା ଜଣାନ୍ତୁ 6. ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଚିଠି ପାଇବା ପରେ ନିଜ ମିଛକୁ ଲୁଚାଇବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୨୦୧୮ ମସିହାର ପୁରୁଣା ବକ୍ତବ୍ୟର ଅନ୍ୟ ଅର୍ଥ ବାହାର କରି ଲୋକମାନଙ୍କୁ ଭ୍ରମିତ କରୁଛନ୍ତି ୨୧ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ ) ପଦମ୍ପୁର/ଭୁବନେଶ୍ୱର :- ସବୁବେଳେ ନିଜ ଦୋଷକୁ ଅନ୍ୟ ମୁଣ୍ଡରେ ଢାଳିବା ହେଉଛି ବିଜୁ ଜନତା ଦଳର ସରକାରର ଏକ ପୁରୁଣା ଅଭ୍ୟାସ । ପଦମପୁର ଉପନିର୍ବାଚନରେ ପରାଜୟ ସୁନିଶ୍ଚିନ୍ତ ବୋଲି ଜାଣିବା ପରେ ବିଜୁ ଜନତା ଦଳ ଏବେ ଗୋଟିଏ ପରେ ଗୋଟିଏ ମିଛ କହିଚାଲିଛନ୍ତି । ରାଜ୍ୟ ସରକାରଙ୍କ ଫସଲ ବୀମା ନାଟକର ପର୍ଦ୍ଦାଫାସ ପରେ ଏବେ ବରଗଡରୁ ନୁଆପଡା ଭାୟା ପଦମପୁର, ପାଇକମାଳ ରେଳ ପ୍ରକଳ୍ପ ଘଟଣାରେ ମଧ୍ୟ ବିଜୁ ଜନତା ଦଳର ଆଉ ଏକ ମିଛର ପର୍ଦ୍ଦାଫାଶ ହୋଇଛି ବୋଲି ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରଗଡ ସାଂସଦ ସୁରେଶ ପୁଜାରୀ । କେନ୍ଦ୍ର ସରକାରଙ୍କର ରେଳ ମନ୍ତ୍ରଣାଳୟ ଦ୍ୱାରା ଯେଉଁ ରେଳ ପ୍ରକଳ୍ପ ପାଇଁ ଅନୁମୋଦନ ପାଖାପାଖି ୧୧ ମାସ ହେଲାଣି ମିଳିସାରିଛି ସେହି ରେଳ ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀ ଗତ କାଲି ଚିଠି ଲେଖି ଅନୁମୋଦନ ପାଇଁ ଅନୁରୋଧ କରିଥିଲେ । ଏକ ଅନୁମୋଦିତ ପ୍ରକଳ୍ପ ବିଷୟରେ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ କେମିତି ଏତେ ଅଜ୍ଞ ଅଛନ୍ତି ଯେ ପୁଣି ଅନୁମୋଦନ ମାଗୁଛନ୍ତି ବୋଲି ଶ୍ରୀ ପୁଜାରି ପ୍ରଶ୍ନ କରିଛନ୍ତି । ଗତକାଲି ବିଜୁ ଜନତା ଦଲର ମନ୍ତ୍ରୀ ଟୁକୁନି ସାହୁ ବରଗଡରୁ ନୁଆପଡା ଭାୟା ପଦମପୁର ଓ ପାଇକମାଳ ରେଳ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ମଂଜୁରି ଦେବା ପାଇଁ ଦାବି କରିଥିବା ଚିଠିର ଉତରରେ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଆଜି ଏକ ଚିଠି ଲେଖିଛନ୍ତି ଯାହାକୁ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷ୍ୟରୁ ଉଲ୍ଲେଖ୍ୟ କରାଯାଇଛି । ଏହି ଚିଠିରେ ରେଳ ମନ୍ତ୍ରୀ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ଏହି ପ୍ରକଳ୍ପକୁ ୩୧ ଡିସେମ୍ବର, ୨୦୨୧ରେ କେନ୍ଦ୍ର ସରକାର ଅନୁମୋଦନ ଦେଇ ସାରିଛନ୍ତି । ଏବେ ପ୍ରକଳ୍ପର ଅଗ୍ରଗତି ଅଟକିଛି ରାଜ୍ୟ ସରକାରଙ୍କ ପାଖରେ । ସେହି ପ୍ରକଳ୍ପ ପାଇଁ ଜମି ଦେବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କ ପାଖରେ । ଶ୍ରୀ ପୁଜାରି କହିଛନ୍ତି ଯେ, ସେହି ପ୍ରକଳ୍ପର ଅନୁମୋଦନ ନେଇ ରେଳ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ମଧ୍ୟ ଚିଠି ଲେଖିଛନ୍ତି ଯେଉଁଥିରେ ଜମି ଯୋଗାଇଦେବା କଥା ଉଲ୍ଲେଖ୍ୟ ଅଛି । ଓଡିଶା ରେଲ ଇନଫ୍ରାଷ୍ଟ୍ରକଚର ଡେଭଲପମେଂଟ ଲିମିଟେଡ ଜାନୁଆରି ୨୦୨୨ରେ ଟେଣ୍ଡର ମଧ୍ୟ କରିସାରିଛନ୍ତି ଏହି ପ୍ରକଳ୍ପର କ୍ରିୟାନ୍ୱୟନ ନେଇ । ଏବେ ପ୍ରକଳ୍ପର ଅଗ୍ରଗତି ଅଟକିଛି ରାଜ୍ୟ ସରକାରଙ୍କ ପାଖରେ । ସେହି ପ୍ରକଳ୍ପ ପାଇଁ ଜମି ଦେବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କ ପାଖରେ । ୧୧ ମାସ ଭିତରେ କେତେ ଜମି ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ତାହା ଜଣାନ୍ତୁ । ଶ୍ରୀ ପୁଜାରି କହିଛନ୍ତି ଯେ ପଶ୍ଚିମ ଓଡିଶାର ଲାଇଫ ଲାଇନ ଖୋର୍ଦ୍ଦା ରୋଡ ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ କେନ୍ଦ୍ର ସରକାର ଦୃତ ଗତିରେ ସାରିବା ପାଇଁ ସବୁ ଉଦ୍ୟମ କରୁଥିବା ବେଳେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରାଇବାରେ ବିଫଳ ହୋଇ ଏଥିରେ ବାଧକ ସାଜିଛନ୍ତି । ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଏବେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଚିଠି ପାଇବା ପରେ ନିଜ ମିଛକୁ ଲୁଚାଇବା ପାଇଁ ହଡବଡେଇ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୨୦୧୮ ମସିହାର ପୁରୁଣା ବକ୍ତବ୍ୟର ଅନ୍ୟ ଅର୍ଥ ବାହାର କରି ଲୋକମାନଙ୍କୁ ଭ୍ରମିତ କରୁଛନ୍ତି । ସାଂସଦ ଡ.ପାତ୍ର ପ୍ରଥମେ ମନ୍ତ୍ରୀ ଟୁକୁନି ସାହୁ ଲେଖିଥିବା ଚିଠିର ଜବାବ୍ ରଖନ୍ତୁ । ନଚେତ୍ ନିଜେ ସାଂସଦ ଡ,ପାତ୍ର ଏବଂ ମନ୍ତ୍ରୀ ଟୁକୁନି ସାହୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ପୁଜାରୀ କହିଛନ୍ତି । କେନ୍ଦ୍ରୀୟ ରେଳ ବଜେଟ ୨୦୨୨-୨୩ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ୯୭୩୪ କୋଟି ଟଙ୍କା ମିଳିଛି । ୨୦୨୧-୨୨ରେ ମିଳିଥିଲା ୬ ହଜାର ୯୯୫.୫୮ କୋଟି ଟଙ୍କାର ଅନୁଦାନ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ ଅର୍ଥ ମିଳିଛି । ପୁର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ରେଳ ବଜେଟରେ ଓଡିଶାକୁ କେବେବି ୧୦୦୦ କୋଟିରୁ ଅଧିକ ଅର୍ଥ ମିଳିନଥିଲା ବୋଲି ଶ୍ରୀ ପୁଜାରି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ ଏବଂ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ by Proprietor Abhimanyu Maharana May 1, 2026 ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା by Proprietor Abhimanyu Maharana May 1, 2026 ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ by Proprietor Abhimanyu Maharana May 1, 2026 ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା by Proprietor Abhimanyu Maharana May 1, 2026 ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ by Proprietor Abhimanyu Maharana May 1, 2026 Odisha Society of UK Celebrates Seventh Utkal Dibas by Proprietor Abhimanyu Maharana May 1, 2026