ସାଧାରଣ ରୋଗୀଙ୍କ ସ୍ୱାସ୍ତ୍ୟବସ୍ଥାର ସୁବିଧା ଲାଗି ଖୋଲିଛନ୍ତି ନୂତନ ଆଉଟ ଡୋର ଚାନ୍ଦପୁର – ବିଧାୟକ ସତ୍ୟନାରାୟଣ ପ୍ରଧାନ

ଓଡିଶା ତାଜା ନ୍ୟୁଜ୍‌ /ରିପୋର୍ଟ -ସୋନାଲି ମହାରଣା (୦୩ ଜୁନ୍, ବୁଧବାର) ଚାନ୍ଦପୁର :- ନୟାଗଡ ଜିଲା ଚାନ୍ଦପୁର ରେ ସ୍ଥାପନ କରାଯାଇଛି କୋଭିଡ୍ ହସପିଟାଲ ଖୋଲିବା କାରଣରୁ ଏଠାରେ ବନ୍ଦ ହୋଇଯାଇଥିଲା ସାଧାରଣ ରୋଗୀଙ୍କ ଚିକିସ୍ଚା ଫଳରେ ସ୍ଥାନୀୟ ଜନତାଙ୍କୁ ବହୁ ହଇରାଣ ହରକତ ହେଵାକୁ ପଡୁଥିଲା ମାତ୍ର ସରକାର ଏଠାରେ ପୁନର୍ବାର ସାଧାରଣ ରୋଗୀଙ୍କ ସ୍ୱାସ୍ତ୍ୟବସ୍ଥାର ସୁବିଧା ଲାଗି ଖୋଲିଛନ୍ତି ନୂତନ ଆଉଟ ଡୋର ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ (ବାଦଲ ଭାଇ)ଙ୍କ କରକମଳରେ ଉଦଘାଟନ ହେଇଯାଇଛି ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ।

ଏଥିରେ ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପରିଷଦ ସଭ୍ୟ ବହୁମାତ୍ରାରେ ସହଯୋଗ କରିଥିଲେ । ବର୍ତ୍ତମାନ ରୋଗୀ ସେବା ଆରମ୍ଭ ହୋଇଛି ଛୁଟୀ ଦିନ ବ୍ୟତୀତ ଅନ୍ୟ ସବୁଦିନରେ ସକାଳ ୮ ଘଟିକା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ରୋଗୀ ଦେଖା ଜାରୀ ରହିବ ବୋଲି ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା କହିଛନ୍ତି ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version