Home ଓଡ଼ିଶା ଟ୍ରାନସ୍ସଜେଣ୍ଡର ସ୍ମୃତି ଦିବସ ପାଳିତ ; ପୁରୀରେ ହେବ ଓଡ଼ିଶାର ପ୍ରଥମ ଟ୍ରାନସ୍ସଜେଣ୍ଡର ଆଶ୍ରୟ ସ୍ଥଳ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୧ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଟ୍ରାନସ୍ସଜେଣ୍ଡର ମାନେ ବର୍ତ୍ତମାନ ବି ସମାଜରେ ଅବହେଳିତ, ଉପେକ୍ଷିତ ଓ ତାଡନାଗ୍ରସ୍ତ। ଯାହା ଫଳରେ ଅଧିକାଂଶ ଟ୍ରାନସ୍ସଜେଣ୍ଡର ବାଧ୍ୟ ହୁଅନ୍ତି ସମାଜରୁ ନିଜକୁ ଦୂରେଇ ରଖିବା ପାଇଁ ଏବଂ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କେତେବେଳେ ଭିକ୍ଷା ବୃତ୍ତି ବା କେତେବେଳେ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି। ଯାହା ସେମାନଙ୍କୁ ଏକ ସମ୍ମାନ ଜନକ ଜୀବନ ଶୈଳୀ ଦେଇପାରେ ନାହିଁ। ତେଣୁ ଅନେକ ସମାଜର ପ୍ରତ୍ୟାଖ୍ୟାନ ଓ ତାଡନା ସହି ନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି କିମ୍ବା ସାମାଜିକ କ୍ରୁରତା ର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି। ସେହିଭଳି ଦିବଂଗତ ଟ୍ରାନସ୍ସଜେଣ୍ଡର ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୨୦ କୁ ବିଶ୍ଵ ଟ୍ରାନସ୍ସଜେଣ୍ଡର ସ୍ମୃତି ଦିବସ ଭାବେ (Transgender Day Of Rememberance) ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ଓ ସାମାଜିକ ଅନୁଷ୍ଠାନ ସାଥୀ ତରଫରୁ ପୁରୀ ନୀଳାଚଳ ଅର୍ବାନ ହାଟ ମୁକ୍ତାକାଶ ରଙ୍ଗମଞ୍ଚରେ ପାଳିତ ହୋଇଯାଇଛି ବିଶ୍ଵ ଟ୍ରାନସ୍ସଜେଣ୍ଡର ସ୍ମୃତି ଦିବସ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଦିବଂଗତ ଆତ୍ମା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ “ସ୍ଵୀକୃତି” ଯୋଜନାର ଶୁଭାରମ୍ଭ କରିଥଲେ। ଏବଂ ପୁରୀ ଜିଲ୍ଲାରେ କିନ୍ନର ମାନଙ୍କର ବିଭିଦ ସମସ୍ୟାର ସମାଧାନ ଏବଂ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଈଁ ଖୁବ୍ ଶୀଘ୍ର ପୁରୀରେ ଟ୍ରାନସ୍ସଜେଣ୍ଡର ସେଲ୍ଟର ହୋମ୍ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ। ସେହିଭଳି ସ୍ଵୀକୃତି ଯୋଜନାରେ ପୁରୀ ଜିଲ୍ଲାରେ ବସବାସ କରୁଥିବା ଟ୍ରାନସ୍ସଜେଣ୍ଡର ମାନଙ୍କୁ ସ୍ଵୀକୃତି ଯୋଜନା ମାଧ୍ୟମରେ ଜୀବନ ଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଯୋଗାଇ ଦେଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯିବା ପାଇଁ ପ୍ରୟାସ ଆରମ୍ଭ ହେବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶୁଭ୍ରାଂଶୁ କୁମାର ମହାରଣା କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୁରୀ କିନ୍ନର ସଂଘର ସଭାପତି ଦେବକୀ କିନ୍ନର, ସମ୍ପାଦିକା ପୂଜା କିନ୍ନର, ଟ୍ରାନସ୍ସଜେଣ୍ଡର ମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସନ୍ତୋଷ ଜେନା ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ଟ୍ରାନସ୍ସଜେଣ୍ଡର ମାନଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦି ବେଲ୍ ର ଆବାହକ ସିଦ୍ଧାର୍ଥ ରାୟ ସଂଯୋଜନା କରିଥିବା ବେଳେ ସାଥୀ ଅନୁଷ୍ଠାନର ସହ ନିର୍ଦ୍ଦେଶକ ବିଶ୍ବଭୂଷଣ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଶର୍ମିଷ୍ଠା ଦାସ, ବ୍ଲାକ କ୍ୱିନ,ପିହୁ,ରଶ୍ମି,ସୁପ୍ରିତି ନାୟକ, ଟିକିନା ପ୍ରଧାନ, ସତ୍ୟନାରାୟଣ ସାହୁ, ଓମ୍ ପ୍ରସାଦ ମହାନ୍ତି ଏବଂ ଅମର ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content କିଙ୍ଗ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ ରେ ୮୦ତମ ସ୍ଵଧାନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ୮୦ ତମ ସ୍ବାଧୀନତା ଦିବସ ପାଳନ ହୋଇ ଯାଇଛି by Proprietor Abhimanyu Maharana August 16, 2026 ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ by Proprietor Abhimanyu Maharana August 16, 2026 ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026