ମିଳିତ ଶିକ୍ଷକ ମହାସଂଘ ପକ୍ଷରୁ ଦାବିପତ୍ର

ଓଡ଼ିଶା ତାଜା ନ୍ୟୁଜ (୨୧ ନଭେମ୍ବର ସୋମବାର) ନର୍ଲା :- ନର୍ଲା ବ୍ଲକ ମିଳିତ ଶିକ୍ଷକ ମହାସଂଘ ପକ୍ଷରୁ ଏକ ବିକ୍ଷୋଭ ଓ ଶୋଭାଯାତ୍ରା ସହ ଏକ ତିନି ଦଫା ସମ୍ବଳିତ ଦାବିପତ୍ର ନର୍ଲା ବିଇଓଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି। ସଙ୍ଘର ସଭାପତି ଶିକ୍ଷକ ରବିନ୍ଦ୍ର ସେଠୀଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ଯୈବନ ହରିଜନ, ସମ୍ପାଦକ ଡିସିଲାଲ ପଧାନ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଭୋଇ, ଉପଦେଷ୍ଟା ମଣ୍ଡଳୀ ତ୍ରୀନାଥ ହରପାଲ,କାଲୁ ଶର୍ମା,ଟଙ୍କଧର ନିଆଲ,ଜ୍ଞାନେନ୍ଦ୍ର କୁମାର ଗହୀର,ପ୍ରଦୀପ୍ତ ସେଠୀ,ମଗନଲାଲ ବୈଠାରୁ ପ୍ରମୁଖ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ପୁରୁଣା ପେନ୍ସନ୍ ଲାଗୁ ଓ ସମସ୍ତ ଶିକ୍ଷକଙ୍କୁ କେନ୍ଦ୍ରୀୟ ସ୍କେଲରେ ଦରମା ସମ୍ବଳିତ ତିନି ଦଫା ସମ୍ବଳିତ ଦାବିପତ୍ର ନର୍ଲା ବିଇଓଙ୍କୁ ପ୍ରଦାନ କରାଯାଇଛି। ଶିକ୍ଷକ ମନୋଜ ସାହୁ,କ୍ଷୀରସୀନ୍ଧୁ ସାହୁ, ଡମ୍ବରୁଧର ଗଉଡ ପ୍ରମୁଖ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଗାମୀ ୨୭ ତାରିଖ ଭୁବନେଶ୍ବରରେ ବିଶାଳ ସମାବେଶ ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Exit mobile version